ଆଜି ଓଡ଼ିଶା ଛାଡ଼ିବେ ରାଜ୍ୟପାଳ, ୩୧ ତାରିଖରେ ରଘୁବର ଦାସ ହେବେ ପରବର୍ତୀ ରାଜ୍ୟପାଳ
ଭୁବନେଶ୍ୱର : ଆଜି ଓଡ଼ିଶା ଛାଡ଼ିଲେ ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତା ପୂର୍ବରୁ ରାଜଭବନରେ ରାଜ୍ୟପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ରାଜ୍ୟପାଳ ଖୁବ୍ ଭାବବିହ୍ବଳ ହୋଇ ପଡିଥିଲେ। ୨୦୧୮, ମେ’ ୨୯ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗ ଦେଇଥିଲେ ପ୍ରଫେସର ଗଣେଶୀ ଲାଲ । ରାଜଭବନ ଯାଇ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ରାଜ୍ୟପାଳ କହିଥିଲେ, ଓଡ଼ିଶାର ସେବା କରିବାର […]
ଭୁବନେଶ୍ୱର : ଆଜି ଓଡ଼ିଶା ଛାଡ଼ିଲେ ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତା ପୂର୍ବରୁ ରାଜଭବନରେ ରାଜ୍ୟପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ରାଜ୍ୟପାଳ ଖୁବ୍ ଭାବବିହ୍ବଳ ହୋଇ ପଡିଥିଲେ। ୨୦୧୮, ମେ’ ୨୯ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗ ଦେଇଥିଲେ ପ୍ରଫେସର ଗଣେଶୀ ଲାଲ ।
ରାଜଭବନ ଯାଇ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ରାଜ୍ୟପାଳ କହିଥିଲେ, ଓଡ଼ିଶାର ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଓଡ଼ିଶା ମୋର ଚିନ୍ତା ଓ ଚେତନାକୁ ଉତ୍ତରିତ କରିଛି। ଓଡ଼ିଶା ମୋର ଘର । ଏଠି ଆସି ମୋର ପୁନର୍ଜନ୍ମ ହୋଇଛି । ଦୁନିଆରେ ଯେଉଁଠି ବି ବୁଲନ୍ତୁ, ପୁରୀ ଭଳି ଭଲ ପାଇବା କେଉଁଠୁ ପାଇବେନି ବୋଲି ରାଜ୍ୟପାଳ କହିଛନ୍ତି ।
ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଓ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ଏବଂ ସମସ୍ତ କର୍ମଚାରୀ ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏପଟେ ୨୯ ତାରିଖରେ ଓଡ଼ିଶାରେ ପହଞ୍ଚିବେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ୩୦ ତାରିଖରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ୩୧ ତାରିଖରେ ହାଇକୋର୍ଟ ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ




