ପରବର୍ତୀ ଡିଜିପି ପାଇଁ ୩ ବରିଷ୍ଠ IPS ଙ୍କ ତଥ୍ୟ ଲୋଡିଲେ ସରକାର
ଭୁବନେଶ୍ୱର : କିଏ ହେବେ ରାଜ୍ୟରେ ପରବର୍ତ୍ତୀ ଡିଜିପି । ନୂଆ ଡିଜିପି ପାଇଁ ଆରମ୍ଭ ହେଲା ଚୟନ ପ୍ରକ୍ରିୟା । ତିନି ବରିଷ୍ଠ ଆଇପିଏସଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର। ବରିଷ୍ଠ ଆଇପିଏସ୍ ଅରୁଣ କୁମାର ରାୟ, ଏସ୍ ଏମ୍ ନରଭାଣେ ଏବଂ ୱାଇ. ବି. ଖୁରାନିଆଙ୍କ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର । ଶୁକ୍ରବାର କେନ୍ଦ୍ର ସରକାର ୧୯୯୦ ବ୍ୟାଚ ଆଇପିଏସ ଓ୍ବାଇ ବି ଖୁରାନିଆଙ୍କୁ କେନ୍ଦ୍ରୀୟ ଡେପୁଟିଶେନରେ ଓଡ଼ିଶା ଫେରାଇଛନ୍ତି। ତେବେ ସୋମବାର […]
ଭୁବନେଶ୍ୱର : କିଏ ହେବେ ରାଜ୍ୟରେ ପରବର୍ତ୍ତୀ ଡିଜିପି । ନୂଆ ଡିଜିପି ପାଇଁ ଆରମ୍ଭ ହେଲା ଚୟନ ପ୍ରକ୍ରିୟା । ତିନି ବରିଷ୍ଠ ଆଇପିଏସଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର। ବରିଷ୍ଠ ଆଇପିଏସ୍ ଅରୁଣ କୁମାର ରାୟ, ଏସ୍ ଏମ୍ ନରଭାଣେ ଏବଂ ୱାଇ. ବି. ଖୁରାନିଆଙ୍କ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର । ଶୁକ୍ରବାର କେନ୍ଦ୍ର ସରକାର ୧୯୯୦ ବ୍ୟାଚ ଆଇପିଏସ ଓ୍ବାଇ ବି ଖୁରାନିଆଙ୍କୁ କେନ୍ଦ୍ରୀୟ ଡେପୁଟିଶେନରେ ଓଡ଼ିଶା ଫେରାଇଛନ୍ତି।
ତେବେ ସୋମବାର ୩ ଆଇପିଏସଙ୍କୁ ଚିଠି ପଠାଯାଇଛି। ସେମାନଙ୍କୁ ନିଜ ବାୟୋଡାଟା ଦେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ୧୯୮୮ ବ୍ୟାଚ ଆଇପିଏସ ଏ.କେ ରାୟ, ୧୯୮୯ ବ୍ୟାଚ ଆଇପିଏସ ଏସ.ଏମ ନରୱାଣେ, ୧୯୯୦ ବ୍ୟାଚ ଆଇପିଏସ ୱାଇ.ବି ଖୁରାନିଆଙ୍କୁ ଚିଠି ପଠାଯାଇଛି। ଏହି ୩ଜଣ ବାୟୋଡାଟା ଦେବା ପରେ ଗୃହ ବିଭାଗ ଡିଜିପି ଚୟନ ନେଇ ଗଠିତ କମିଟିଙ୍କୁ ଏହି ତଥ୍ୟ ପଠାଇବ ବୋଲି ଜଣାପଡିଛି।
ସୂଚନାନୁସାରେ,ଅରୁଣ ଷଡଙ୍ଗୀଙ୍କ ଉପରେ ବରିଷ୍ଠତା ଭିତ୍ତିରେ ୧୯୮୮ ବ୍ୟାଚର ଅରୁଣ କୁମାର ରାୟ,୧୯୮୯ ବ୍ୟାଚ୍ର ଏଏମ ପ୍ରସାଦ ଓ ଏସଏମ ନରୱାଣେ ରହିଥିବା ବେଳେ ୧୯୯୦ ବ୍ୟାଚର ୱାଇବି ଖୁରାନିଆ ଓ ସୁଧାଂଶୁ ଷଡଙ୍ଗୀ ରହିଛନ୍ତି। ଅରୁଣ ରାୟ ଏବେବି ସରକାରଙ୍କ ପନିସମେଂଟ ପୋଷ୍ଟରେ ରହିଛନ୍ତି। ତେବେ ଅରୁଣ ରାୟ, ଏସଏମ ନରଓ୍ବାଣେ ଓ ଖୁରାନିଆଙ୍କୁ ଚିଠି ଯାଇଥିବାବେଳେ ତାଙ୍କ ଭିତରୁ କିଏ ଡିଜିପି ହେବେ ତାକୁ ନେଇ ସସପେନ୍ସ ଲାଗି ରହିଛି।




