ପ୍ରତି ଶନିବାର ହାଇକୋର୍ଟ ବୁଲିପାରିବେ ସାଧାରଣ ଜନତା

କଟକ : ଏଣିକି ହାଇକୋର୍ଟ ବୁଲି ପାରିବେ ସାଧାରଣ ଜନତା I କେବଳ ଛୁଟି ଦିନକୁ ଛାଡିଦେଲେ ପ୍ରତି ଶନିବାର ୨ ସିଫ୍ଟରେ ସାଧାରଣ ଜନତା ବୁଲି ପାରିବେ ହାଇକୋର୍ଟ I ଅଗଷ୍ଟ ୫ ରୃ ଏହି ନିୟମ ଲାଗୁ ହେବାକୁ ଯାଉଛି I ଏ ନେଇ ହାଇକୋର୍ଟ ପକ୍ଷରୁ ଏନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି। ଅଗଷ୍ଟ ୫ ଶନିବାର ଠାରୁ ଏହି ନିୟମ ଲାଗୁ ହେବାକୁ ଥିବାବେଳେ ପ୍ରଥମ ସିଫ୍ଟ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା […]

Samaya Live Picture
Published On

କଟକ : ଏଣିକି ହାଇକୋର୍ଟ ବୁଲି ପାରିବେ ସାଧାରଣ ଜନତା I କେବଳ ଛୁଟି ଦିନକୁ ଛାଡିଦେଲେ ପ୍ରତି ଶନିବାର ୨ ସିଫ୍ଟରେ ସାଧାରଣ ଜନତା ବୁଲି ପାରିବେ ହାଇକୋର୍ଟ I ଅଗଷ୍ଟ ୫ ରୃ ଏହି ନିୟମ ଲାଗୁ ହେବାକୁ ଯାଉଛି I ଏ ନେଇ ହାଇକୋର୍ଟ ପକ୍ଷରୁ ଏନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି।

ଅଗଷ୍ଟ ୫ ଶନିବାର ଠାରୁ ଏହି ନିୟମ ଲାଗୁ ହେବାକୁ ଥିବାବେଳେ ପ୍ରଥମ ସିଫ୍ଟ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା ଓ ଦ୍ବିତୀୟ ସିଫ୍ଟ ସାଢ଼େ ୧୧ଟାରୁ ୧ଟା ପର୍ଯ୍ୟନ୍ତ ବୁଲିବାର ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରତି ପରିଭ୍ରମଣରେ ୪୦ଜଣ ପର୍ଯ୍ୟଟକ ରହିବେ। ଏହି ପରିଭ୍ରମଣ ସମୟରେ ଜନସାଧାରଣ ହାଇକୋର୍ଟ ହେରିଟେଜ୍ ବିଲ୍ଡିଂ ଓ ନୂଆ କୋଠାରେ ଥିବା ଗରିମାମୟ କୋର୍ଟ ରୁମ୍‌ଗୁଡ଼ିକ ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଦେଖିପାରିବେ। ବୁଲିବା ସମୟରେ ହାଇକୋର୍ଟର ଅଧିକାରୀ ମାନେ ପରିଦର୍ଶକ ମାନଙ୍କୁ ବିଭିନ୍ନ ସୂଚନା ଦେବାରେ ସହଯୋଗ କରିବେ I

ହାଇକୋର୍ଟ ପରିଦର୍ଶନ ପାଇଁ ୩ ତାରିଖରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କାର୍ଯ୍ୟ ଦିବସର ଅପରାହ୍ଣ ୨ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିହେବ। ହାଇକୋର୍ଟ ପରିସରରେ ଥିବା ଭିଜିଟର ପାସ କାଉଣ୍ଟରରେ ଏଥିପାଇଁ ନିଜର ପରିଚୟ ପତ୍ର ଦେଖାଇ ରେଜିଷ୍ଟ୍ରେସନ କରି ହେବ। ରେଜିଷ୍ଟ୍ରେସନ ସମୟ ଓ ଭିତର ବୁଲିବାକୁ ଗଲା ବେଳେ ପରିଚୟପତ୍ର ସାଙ୍ଗରେ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ହାଇକୋର୍ଟ ପକ୍ଷରୁ ଯେଉଁ ଗାଇଡ଼ ଲାଇନ ଦିଆଯିବ ତାହାକୁ ସମ୍ପୂର୍ଣ୍ଣ ଦେୟ ମୁକ୍ତ ରଖାଯାଇଛି I

Tags: