ଗ୍ୟାସ ଟାଙ୍କିଫାଟି ଜଳିଗଲା ଘର

ଅନୁଗୁଳ : ଗ୍ୟାସ ଟାଙ୍କି ଫାଟିଯିବାରୁ ଭୟାବହ ଅଗ୍ନିକାଣ୍ଡ I ଚା କରୁଥିବାବେଳେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଘ୍ୟର ଜଳିଗଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ପାଳଲହଡା ଥାନା ଝିମିରିପାଲି ଗ୍ରାମରେ ଘଟିଛି ଏହି ଅଘଟଣ । ଆଜି ସକାଳେ ପାଲଲହଡା ଥାନା ଝିମିରିପାଲି ଗ୍ରାମର ଖଗେଶ୍ୱର ସାହୁଙ୍କ ଝିଅ ଘରେ ଗ୍ୟାସ ଚୁଲାରେ ଚା ତିଆରି କରୁଥିବାବେଳେ ଅଚାନକ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ […]

Samaya Live Picture
Published On

ଅନୁଗୁଳ : ଗ୍ୟାସ ଟାଙ୍କି ଫାଟିଯିବାରୁ ଭୟାବହ ଅଗ୍ନିକାଣ୍ଡ I ଚା କରୁଥିବାବେଳେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଘ୍ୟର ଜଳିଗଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ପାଳଲହଡା ଥାନା ଝିମିରିପାଲି ଗ୍ରାମରେ ଘଟିଛି ଏହି ଅଘଟଣ । ଆଜି ସକାଳେ ପାଲଲହଡା ଥାନା ଝିମିରିପାଲି ଗ୍ରାମର ଖଗେଶ୍ୱର ସାହୁଙ୍କ ଝିଅ ଘରେ ଗ୍ୟାସ ଚୁଲାରେ ଚା ତିଆରି କରୁଥିବାବେଳେ ଅଚାନକ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ ଯାଇ ବିଫଳ ହେବାପରେ ଭୟରେ ପରିବାର ଲୋକେ ବାହାରକୁ ପଳେଇ ଆସିଥିଲେ ।

ତାର କିଛି ସମୟ ମଧ୍ୟରେ ଟାଙ୍କି ଫାଟି ବିସ୍ଫୋରଣ ହୋଇଥିଲା । ଫଳରେ ନିଆଁ ଲାଗି ଆସବାବ ପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପାଉଁଶ ହୋଇଯାଇଛି । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର ଲୋକ । ଖବର ପାଇ ପାଲଲହଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Tags: