ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ସଂପନ୍ନ
ଭୁବନେଶ୍ୱର : ସ୍ୱର୍ଗ ଦ୍ୱାରରେ ସମ୍ପନ୍ନ ହେଲା ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ଶେଷକୃତ୍ୟ । ପଞ୍ଚଭୂତରେ ଲୀନ ହୋଇଛି ସାତକଡି ହୋତାଙ୍କ ପାର୍ଥିବ ଶରୀର। ପୋଲିସ ପକ୍ଷରୁ ଷ୍ଟେଟ ଅନର ଦିଆଯିବା ପରେ,ବଡ଼ ପୁଅ ସଂଜୀବ ହୋତା ମୁଖାଗ୍ନି ଦେଇଥିଲେ I ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ସହ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ସ୍ବର୍ଗତଃ ହୋତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I ସୂଚନାଯୋଗ୍ୟ, ରବିବାର ଦିନ ଅପରାହ୍ନ […]
ଭୁବନେଶ୍ୱର : ସ୍ୱର୍ଗ ଦ୍ୱାରରେ ସମ୍ପନ୍ନ ହେଲା ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ଶେଷକୃତ୍ୟ । ପଞ୍ଚଭୂତରେ ଲୀନ ହୋଇଛି ସାତକଡି ହୋତାଙ୍କ ପାର୍ଥିବ ଶରୀର। ପୋଲିସ ପକ୍ଷରୁ ଷ୍ଟେଟ ଅନର ଦିଆଯିବା ପରେ,ବଡ଼ ପୁଅ ସଂଜୀବ ହୋତା ମୁଖାଗ୍ନି ଦେଇଥିଲେ I ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ସହ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ସ୍ବର୍ଗତଃ ହୋତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I
ସୂଚନାଯୋଗ୍ୟ, ରବିବାର ଦିନ ଅପରାହ୍ନ ୧୨,୨୫ ସମୟରେ ଭୁବନେଶ୍ୱରରେ ସାତକଡ଼ି ହୋତାଙ୍କର ପରଲୋକ ହୋଇଥିଲା I ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ସ୍ବର୍ଗତଃ ହୋତା ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ଥିଲେ। ଏହାଛଡ଼ା ଭାରତୀୟ ରେଳସେବାରୁ ସେ ଅବସର ନେବା ପରେ ଦୈନିକ ଓଡ଼ିଆ ଖବରକାଗଜ ‘ସମୟ’ର ସଂପାଦକ ଦାୟିତ୍ବ ବହନ ଥିଲେ। ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ସାତକଡ଼ି ହୋତା ।
ସାତକଡ଼ି ହୋତାଙ୍କ ଜନ୍ମ ୧୯୨୯ ମସିହାରେ ମୟୂରଭଞ୍ଜ ଜିଲ୍ଲାର ଜଗନ୍ନାଥଖୁଣ୍ଟାରେ ହୋଇଥିଲା । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ “ବ୍ୟାକୁଳ ହୃଦୟ” ଓ ୧୯୭୧ରେ ପ୍ରଥମ ଗପ ପ୍ରକାଶ ପାଇଥିଲା । ସେ ସ୍ୱପ୍ନ ଶିଉଳି, ଏତେ ସ୍ୱପ୍ନ ଏତେ ଆଲୋକ, ଅନେକ ଦିଗନ୍ତ, ମୁକ୍ତି ଯୁଦ୍ଧ, ଅଶାନ୍ତ ଅରଣ୍ୟ ଭଳି ପୁସ୍ତକର ରଚୟିତା ଥିଲେ । ସାତକଡ଼ିଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶିତ ହୋଇସାରିଛି । ସାମ୍ବାଦିକତା କ୍ଷେତ୍ରରେ ବି ସେ ନିଜ ଛାପ ଛାଡିଯାଇଛନ୍ତି ।୧୯୮୭ରେ ଉପନ୍ୟାସ ଅଶାନ୍ତ ଅରଣ୍ୟ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ମୁକ୍ତିମନ୍ତ୍ରୀ ଓ ଜନନୀ ଜନ୍ମଭୂମୀ ଗଳ୍ପ ସଙ୍କଳନ ପାଇଁ ୨୦୦୪ରେ ସେ ସମ୍ମାନଜନକ ଶାରଳା ପୁରସ୍କାର ଲାଭ କରିଥିଲେ। ଏହା ବ୍ୟତୀତ ସାହିତ୍ୟ ଭାରତୀ ସମ୍ମାନ ପ୍ରାପ୍ତ କରିଥିଲେ।
୧୯୮୫ ମସିହାରେ “ଭୁବନେଶ୍ୱର ପୁସ୍ତକ ମେଳା” ଆରମ୍ଭ କରିବାରେ ସେ ଥିଲେ ଅନ୍ୟତମ ଉଦ୍ୟୋକ୍ତା । ତାଙ୍କର ମୃତ୍ୟୁରେ ସାହିତ୍ୟ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।




