ଆଜି ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ
ଭୁବନେଶ୍ୱର : ଆଜି ବିଧାନସଭାରେ ଆର୍ଥିକ ବଜେଟ୍ ଉପସ୍ଥାପିତ ହେବ। ଅପରାହ୍ନରେ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ I ଅର୍ଥବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଜେଟ୍ ଉପସ୍ଥାପନ କରିବେ। ନୂଆ ସରକାର ପ୍ରଥମ ଥର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବାରୁ କ’ଣ ନୂଆ ଘୋଷଣା ହେବ ତାହା ଉପରେ ନଜର ରହିଛି। କେଉଁ କେଉଁ ଦିଗ ପ୍ରତି ଫୋକସ୍ […]
ଭୁବନେଶ୍ୱର : ଆଜି ବିଧାନସଭାରେ ଆର୍ଥିକ ବଜେଟ୍ ଉପସ୍ଥାପିତ ହେବ। ଅପରାହ୍ନରେ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ I ଅର୍ଥବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଜେଟ୍ ଉପସ୍ଥାପନ କରିବେ। ନୂଆ ସରକାର ପ୍ରଥମ ଥର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବାରୁ କ’ଣ ନୂଆ ଘୋଷଣା ହେବ ତାହା ଉପରେ ନଜର ରହିଛି। କେଉଁ କେଉଁ ଦିଗ ପ୍ରତି ଫୋକସ୍ ରହିବ, ତା’ଉପରେ ନଜର ଅଟକିଛି।
ବିଜେପି ସରକାର ପ୍ରଥମ କରି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ପୂର୍ବତନ ସରକାରଙ୍କ ଯୋଜନା ଉପରେ ଅର୍ଥ ବ୍ୟୟବରାଦ ଏବଂ ବିଜେପି ପକ୍ଷରୁ ଦିଆଯାଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା ହେବ ବୋଲି ଆଶା କରାଯାଉଛି। ତେବେ ନୂଆ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବା ଓ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ବଜେଟର ଆକାର କେତେ ବଢ଼ିବ? ଜନକଲ୍ୟାଣ ଯୋଜନା ନେଇ କ’ଣ ନୂଆ ଘୋଷଣା ହେବ, ଏହା ଉପରେ ସମସ୍ତଙ୍କ ଆଖି। ଏହାଛଡ଼ା ବାର୍ଦ୍ଧକ୍ୟ ଭତା ୩ ହଜାର ଟଙ୍କାକୁ ବଢ଼ାଇ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବଦଳରେ ଆୟୁଷ୍ମାନ ଯୋଜନା ଲାଗୁ ନେଇ ସରକାରଙ୍କ ଆଭିମୁଖ୍ୟ ବଜେଟରୁ ସ୍ପଷ୍ଟ ହେବ।




