ସୋର ରେଳ ଷ୍ଟେସନରେ ଇଞ୍ଜିନ ଛାଡ଼ି ଆଗକୁ ପଳାଇଲା ମାଲବାହୀ ଟ୍ରେନ୍

ସୋର : ପୁଣି ରେଳ ଅଘଟଣ I ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନରେ ବଗି ଛାଡି ଆଗକୁ ପଳାଇଲା ଟ୍ରେନ I ଏକ କୋଇଲା ବୋଝେଇ ଗୁଡ୍ସ ଗାର୍ଡ ବଗି ଛାଡ଼ି ପ୍ରାୟ ୨ କି.ମି.ଯାଏଁ ଆଗକୁ ପଳାଇଥିଲା I ଏହାପରେ ପ୍ରାୟ ୩୦ ମିନିଟ ପରେ ପଛକୁ ଫେରି ଗାର୍ଡ ବଗି ଯୋଡି ପୁଣି ଗନ୍ତବ୍ୟସ୍ଥଳକୁ ଯାଇଛି I ଘଟନାନୁସାରେ, ଆଜି ଦିନ ୧୦ଟା ସମୟରେ ଧାମରାରୁ କଲକୋତା ଅଭିମୁଖେ ଡାଉନ ଲାଇନରେ ଯାଉଥିଲା ଏକ […]

Samaya Live Picture
Published On

ସୋର : ପୁଣି ରେଳ ଅଘଟଣ I ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନରେ ବଗି ଛାଡି ଆଗକୁ ପଳାଇଲା ଟ୍ରେନ I ଏକ କୋଇଲା ବୋଝେଇ ଗୁଡ୍ସ ଗାର୍ଡ ବଗି ଛାଡ଼ି ପ୍ରାୟ ୨ କି.ମି.ଯାଏଁ ଆଗକୁ ପଳାଇଥିଲା I ଏହାପରେ ପ୍ରାୟ ୩୦ ମିନିଟ ପରେ ପଛକୁ ଫେରି ଗାର୍ଡ ବଗି ଯୋଡି ପୁଣି ଗନ୍ତବ୍ୟସ୍ଥଳକୁ ଯାଇଛି I

ଘଟନାନୁସାରେ, ଆଜି ଦିନ ୧୦ଟା ସମୟରେ ଧାମରାରୁ କଲକୋତା ଅଭିମୁଖେ ଡାଉନ ଲାଇନରେ ଯାଉଥିଲା ଏକ ମାଲବାହୀ ଟ୍ରେନ। ଟ୍ରେନଟି ସୋର ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରୁ ପ୍ରାୟ ୨ କି,ମି.ଯାଏଁ ଆଗକୁ ଯିବାପରେ ଅତିକ୍ରମ କରିବା ବେଳେ ଗୁଡ୍ସ ଗାର୍ଡ ବଗି ଛାଡ଼ି ପଳାଇଯାଇଥିଲା। ପ୍ରାୟ ୨୫ ମିନିଟ ପରେ ଟ୍ରେନ୍‌ଟି ବାହାନଗା ଷ୍ଟେସନ ପାଖରୁ ପୁଣି ପଛକୁ ଫେରି ଗାର୍ଡ ବଗି ଯୋଡ଼ି ଆଗକୁ ଯାଇଛି I ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନଥିବାବେଳେ,ମେଂ ଲାଇନ୍ରେ ଯାଉଥିବା ଅନ୍ୟସବୁ ଟ୍ରେନ ସାମାନ୍ୟ ବିଳମ୍ବରେ ଚାଲିଛି ।

Tags: