୧୫ ପରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା
ଭୁବନେଶ୍ୱର : ଜାନୁଆରୀ ୧୫ ପରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା । ସୁଭଦ୍ରା ଯୋଜନାର ୨ୟ କିସ୍ତି ଟଙ୍କା ପାଇଁ ମାର୍ଚ୍ଚ ୮ ତାରିଖ (ଆନ୍ତର୍ଜାତିକ ମହିଳା ଦିବସ) ଧାର୍ଯ୍ୟ ହୋଇଥିବାବେଳେ ଯେଉଁମାନେ ପ୍ରଥମ କିସ୍ତି ପାଇଁ ପଞ୍ଜିକରଣ କରିନଥିବେ ସେମାନେ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ପଞ୍ଜିକରଣ କରି ଏକା ଥରକେ ୨ ଟି କିସ୍ତିର ଟଙ୍କା ପାଇପାରିବେ । ସେହିପରି ଜମି ୫ ଏକର ଅଛିକି ନାହିଁ […]
ଭୁବନେଶ୍ୱର : ଜାନୁଆରୀ ୧୫ ପରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା । ସୁଭଦ୍ରା ଯୋଜନାର ୨ୟ କିସ୍ତି ଟଙ୍କା ପାଇଁ ମାର୍ଚ୍ଚ ୮ ତାରିଖ (ଆନ୍ତର୍ଜାତିକ ମହିଳା ଦିବସ) ଧାର୍ଯ୍ୟ ହୋଇଥିବାବେଳେ ଯେଉଁମାନେ ପ୍ରଥମ କିସ୍ତି ପାଇଁ ପଞ୍ଜିକରଣ କରିନଥିବେ ସେମାନେ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ପଞ୍ଜିକରଣ କରି ଏକା ଥରକେ ୨ ଟି କିସ୍ତିର ଟଙ୍କା ପାଇପାରିବେ । ସେହିପରି ଜମି ୫ ଏକର ଅଛିକି ନାହିଁ ତା’ର ସର୍ଭେ ଜାନୁଆରୀ ୧୫ ରେ ସରିବ । ଏହା ଡିସେମ୍ବର ୩୦ ତାରିଖ ଥିବା ବେଳେ ଏହାକୁ ଜାନୁଆରୀ ୧୫ କୁ ବୃଦ୍ଧି କରାଯାଇଛି । ଗାଁର ଶେଷ ହିତାଧିକାରୀ ଆବେଦନ ଯାଏଁ ଚାଲିବ ପଞ୍ଜିକରଣ । ମାର୍ଚ୍ଚ ୩୦ ତାରିଖ ପରେ ମଧ୍ୟ କରିପାରିବେ ପଞ୍ଜି କରଣ । ଏଥିପାଇଁ କୌଣସି ଡେଡ଼ ଲାଇନ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।




