ଜାନୁଆରୀ ମାସରେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର : ‘ସୁଭଦ୍ରା’କୁ ନେଇ ବଡ଼ ଅପଡେଟ । ଜାନୁଆରୀ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା । ଶୁକ୍ରବାର ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏଯାବତ୍‌ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ୩୧ ହଜାର ହିତାଧିକାରୀ ସୁଭଦ୍ରାରୁ ଅପଟ୍ ଆଉଟ୍‌ ହୋଇଥିଲେ, ସେମାନେ ନିଜ ଇଚ୍ଛାରେ ଅପଟ୍ ଆଉଟ୍ […]

Samaya Live Picture
Published On

ଭୁବନେଶ୍ୱର : ‘ସୁଭଦ୍ରା’କୁ ନେଇ ବଡ଼ ଅପଡେଟ । ଜାନୁଆରୀ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା । ଶୁକ୍ରବାର ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏଯାବତ୍‌ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ୩୧ ହଜାର ହିତାଧିକାରୀ ସୁଭଦ୍ରାରୁ ଅପଟ୍ ଆଉଟ୍‌ ହୋଇଥିଲେ, ସେମାନେ ନିଜ ଇଚ୍ଛାରେ ଅପଟ୍ ଆଉଟ୍ ହୋଇଛନ୍ତି ବୋଲି ଆମେ ଭାବିଥିଲୁ। ହେଲେ ସେମାନେ ବାଉଳାରୁ ଅପଟ୍‌ ଆଉଟ୍ ହୋଇଯାଇଥିବା ଆମକୁ ଦରଖାସ୍ତ ଦେଇଥିଲେ। ତେଣୁ ଆମେ ତାଙ୍କୁ ଅପଟ୍‌ ଇନ୍‌ର ସୁଯୋଗ ଦେଇଥିଲୁ।୧୭ ଜଣ ହିତାଧିକାରୀ ଅପଟ୍‌ ଇନ୍ ହେଲେଣି। ବାକି ୧୪ ହଜାର ମହିଳା ଅପଟ୍‌ ଇନ୍ କରିନାହାନ୍ତି। ସେମାନେ ଆୟକର ବର୍ଗର ହୋଇ ଥାଇ ପାରନ୍ତି କିମ୍ବା ତାଙ୍କ ପରିବାରରୁ କିଏ ସରକାରୀ ଚାକିରି କରିଥାଇପାରନ୍ତି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ। ୨ ଲକ୍ଷରୁ ଅଧିକ ଇ-କେୱାଇସି ଅପ୍‌ଡେଟ୍‌ କରି ନାହାନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ଇ-କେୱାଇସି ଅପଡେଟ୍‌ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Tags: