ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ବନ୍ୟାଜଳ
ସମ୍ବଲପୁର : ଆଠଗଡ ବଡମ୍ବା ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ମହାନଦୀ ବନ୍ୟାଜଳ I ମହାନଦୀରେ ଜଳସ୍ତର ବଢିଥିବା ବେଳେ ଚଳିତ ବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମନ୍ଦିରରେ ପଶିଛି I ସୂଚନାନୁସାରେ, ହୀରାକୁଦ ଡ୍ୟାମର ଗେଟ୍ ଖୋଲିଥିବାରୁ ଜଳସ୍ତର ବଢ଼ିଛି I ତେଣୁ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ପଶିଛି ମହାନଦୀ ପାଣି I ମନ୍ଦିର ଭିତରେ ୩ ଫୁଟ ଉଚ୍ଚର ଜଳ ଲହଡି ମାରୁଛି I ବନ୍ୟାପାଣି […]
ସମ୍ବଲପୁର : ଆଠଗଡ ବଡମ୍ବା ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ମହାନଦୀ ବନ୍ୟାଜଳ I ମହାନଦୀରେ ଜଳସ୍ତର ବଢିଥିବା ବେଳେ ଚଳିତ ବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମନ୍ଦିରରେ ପଶିଛି I
ସୂଚନାନୁସାରେ, ହୀରାକୁଦ ଡ୍ୟାମର ଗେଟ୍ ଖୋଲିଥିବାରୁ ଜଳସ୍ତର ବଢ଼ିଛି I ତେଣୁ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ପଶିଛି ମହାନଦୀ ପାଣି I ମନ୍ଦିର ଭିତରେ ୩ ଫୁଟ ଉଚ୍ଚର ଜଳ ଲହଡି ମାରୁଛି I ବନ୍ୟାପାଣି ପଶିବା ପରେ ମାଆ ଭଟ୍ଟାରିକାଙ୍କୁ ପାହାଡ଼ ଉପରେ ଥିବା ଅସ୍ଥାୟୀ ପୂଜା ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି I ଆଜି ସକାଳୁ ମା’ଙ୍କ ସକାଳ ଧୂପ ସହିତ ମଙ୍ଗଳ ଆଳତି, ମଇଲମ୍ ,ବଲ୍ଲଭ ଭୋଗ ହୋଇଛି I




