ବୁଡ଼ିଲା ମାଛ ଧରା ଟ୍ରଲର,ଅଳ୍ପକେ ବର୍ତିଲେ ୯ ଜଣ ମତ୍ସ୍ୟଜୀବୀ
ଭୋଗରାଇ : ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣରେ ଅଘଟଣ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୁଡ଼ିଲା ମାଛ ଧରା ଟ୍ରଲର।ଅଘଟଣରେ ସମୁଦ୍ରରେ ବୁଡି ଯାଇଥିଲେ ୯ ଜଣ ମତ୍ସ୍ୟଜୀବୀ। ଖବରପାଇ ଅନ୍ୟ ଏକ ସ୍ପିଡ୍ ବୋଟ ଗଭୀର ସମୁଦ୍ର ଭିତରକୁ ଯାଇ ବୁଡି ଯାଉଥିବା ଟ୍ରଲରୁ ୯ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା । ଫଳରେ ୯ ଜଣ ମତ୍ସ୍ୟଜୀବୀ ଏହି ଅଘଟଣରୁ ବର୍ତ୍ତୀ ଯାଇଛନ୍ତି। ସୂଚନା ଅନୁସାରେ, ଶୁକ୍ରବାର ସକାଳେ ପ୍ରାୟ ୮ […]
ଭୋଗରାଇ : ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣରେ ଅଘଟଣ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୁଡ଼ିଲା ମାଛ ଧରା ଟ୍ରଲର।ଅଘଟଣରେ ସମୁଦ୍ରରେ ବୁଡି ଯାଇଥିଲେ ୯ ଜଣ ମତ୍ସ୍ୟଜୀବୀ। ଖବରପାଇ ଅନ୍ୟ ଏକ ସ୍ପିଡ୍ ବୋଟ ଗଭୀର ସମୁଦ୍ର ଭିତରକୁ ଯାଇ ବୁଡି ଯାଉଥିବା ଟ୍ରଲରୁ ୯ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା । ଫଳରେ ୯ ଜଣ ମତ୍ସ୍ୟଜୀବୀ ଏହି ଅଘଟଣରୁ ବର୍ତ୍ତୀ ଯାଇଛନ୍ତି।
ସୂଚନା ଅନୁସାରେ, ଶୁକ୍ରବାର ସକାଳେ ପ୍ରାୟ ୮ ଟା ବେଳେ ସମୁଦ୍ରରେ ୯ ଜଣ ମତ୍ସ୍ୟଜୀବୀମାନଙ୍କୁ ନେଇ ଏକ ମାଛ ଧରା ଟ୍ରଲର ଯାଉଥିଲା। ସେହି ସମୟରେ ହଠାତ ମୁହାଣ ଠାରୁ ମାତ୍ର ୨୦୦ ମିଟର ଦୂରରେ ସମୁଦ୍ରରୁ ମାଛ ଧରି ଫେରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରଲରଟି ବୁଡ଼ି ଯାଇଥିଲା। ଖବରପାଇ ସ୍ଥାନୀୟ ଉଦ୍ଧାରକାରୀ ଟିମ୍ ପହଞ୍ଚି ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିଛି। ଏହାପରେ ଘଟଣାସ୍ଥଳରେ ମେରାଇନ ଥାନା ପୋଲିସ ପହଂଚି ଟ୍ରଲରଟି କିଭଳି ବୁଡ଼ିଲା ତାହାକୁ ନେଇ ତଦନ୍ତ କରୁଛି।
ସେହିପରି ଗତଦୁଇ ଦିନ ତଳେ ଭଦ୍ରକ ଚାନ୍ଦବାଲିରୁ ୮ ଜଣ ଯାତ୍ରୀଙ୍କୁ ଧରି ଧାମରା ଆସିଥିଲା ଯାତ୍ରୀବାହୀ ବୋଟ । ବୋଟ ଚାଳକଙ୍କ ଅସାବଧାନତା ଯୋଗୁ ଏକ ମାଛଧରା ଟ୍ରଲରକୁ ଧକ୍କା ଦେଇଥିଲା । ଫଳରେ ବୋଟଟି ବୁଡ଼ି ଯାଇଥିଲା । ଟ୍ରଲରରେ ଥିବା ମତ୍ସ୍ୟଜୀବୀ ବୋଟରେ ଥିବା ସମସ୍ତ ଯାତ୍ରୀଙ୍କୁ ସରକ୍ଷିତ ଭାବେ ଉଦ୍ଧାର କରି ଧାମରା ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା




