ରଥଯାତ୍ରା ପାଇଁ ଅନୁଷ୍ଠିତ ହେଲା ପ୍ରଥମ ପ୍ରସ୍ତୁତି ବୈଠକ

ପୁରୀ : ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା I ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ସମାପନ କରିବା ପାଇଁ ଆଜି ପୁରୀରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ବସିଛି I ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା I ଏଥିରେ ପୁରୀ ଏସପି ପିନାକ ମିଶ୍ରଙ୍କ ସହ ପୁରୀ ଶ୍ରୀ ମନ୍ଦିରର ପ୍ରଶାସକ ଉପସ୍ଥିତ ଥିଲେ I ପ୍ରଶାସନିକସ୍ତରରେ ବସିଥିବା ଏହି ବୈଠକରେ ଅକ୍ଷୟ ତୃତୀୟା ଠାରୁ ନୀଳାଦ୍ରି ବିଜେ […]

Samaya Live Picture
Published On

ପୁରୀ : ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା I ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ସମାପନ କରିବା ପାଇଁ ଆଜି ପୁରୀରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ବସିଛି I ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା I ଏଥିରେ ପୁରୀ ଏସପି ପିନାକ ମିଶ୍ରଙ୍କ ସହ ପୁରୀ ଶ୍ରୀ ମନ୍ଦିରର ପ୍ରଶାସକ ଉପସ୍ଥିତ ଥିଲେ I

ପ୍ରଶାସନିକସ୍ତରରେ ବସିଥିବା ଏହି ବୈଠକରେ ଅକ୍ଷୟ ତୃତୀୟା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ସହିତ ରଥଯାତ୍ରା ସୁପରିଚାଳନା ନେଇ ଆଲୋଚନା କରାଯାଇଛି । ରଥ ନିର୍ମାଣ ନିମନ୍ତେ ରଥ କାଠ, ଠାକୁରଙ୍କ ନୀତିକାନ୍ତି,ପାନୀୟ ଜଳ,ତୀର୍ଥ ପୁଷ୍କରିଣୀ ସଫେଇ,ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ, ପରିମଳ ବ୍ୟବସ୍ଥା,ରାସ୍ତା ଘାଟ ମରାମତି,ଗମନା ଗମନ ବ୍ୟବସ୍ଥା ସହିତ କାଠ ଯୋଗାଣ ଉପରେ ଆଲୋଚନା ହୋଇଥିଲା । ସେହିପରି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ନେଇ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ସହ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି I ନୂଆ ଜିଲ୍ଲାପାଳ ଏବଂ ନୂଆ ଏସପିଙ୍କ ନେତୃତ୍ୱରେ ଚଳିତ ବର୍ଷର ରଥଯାତ୍ରା ସୁରୁଖୁରୁରେ ହେବାନେଇ ଆଶା କରାଯାଇଛି I

Tags: