+୩ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ୱର : +୩ ନାମଲେଖା ନିମନ୍ତେ ପ୍ରକାଶ ପାଇଲା ପ୍ରଥମ ମେଧା ତାଲିକା I ଆଜି ଅପରାହ୍ନ ୪ ଟାରେ ସାମ୍ସ ପୋର୍ଟାଲରେ ଏହା ଉପଲବ୍ଧ ହେବ I ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ନିମନ୍ତେ ମଙ୍ଗଳବାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ୨୫ରୁ ୨୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ସ୍ଲାଇଡ୍‌ ଅପ୍‌ଶନ ଚୟନ କରିପାରିବେ। ଏଥିସହିତ ମନୋନୀତ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ। ୨୬ରୁ ୨୯ ତାରିଖ […]

Samaya Live Picture
Published On

ଭୁବନେଶ୍ୱର : +୩ ନାମଲେଖା ନିମନ୍ତେ ପ୍ରକାଶ ପାଇଲା ପ୍ରଥମ ମେଧା ତାଲିକା I ଆଜି ଅପରାହ୍ନ ୪ ଟାରେ ସାମ୍ସ ପୋର୍ଟାଲରେ ଏହା ଉପଲବ୍ଧ ହେବ I ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ନିମନ୍ତେ ମଙ୍ଗଳବାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ୨୫ରୁ ୨୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ସ୍ଲାଇଡ୍‌ ଅପ୍‌ଶନ ଚୟନ କରିପାରିବେ। ଏଥିସହିତ ମନୋନୀତ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ। ୨୬ରୁ ୨୯ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ।

ସେହିଭଳି ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୬ରୁ ୯ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ। ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ତୃତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରୀଛାତ୍ର ୧୬ରୁ ୧୯ତାରିଖ ଭିତରେ ନାମ ଲେଖାଇ ପାରିବେ। ଅଗଷ୍ଟ ୧ରୁ ଯୁକ୍ତ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ।

Tags: