ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି

ଭୁବନେଶ୍ୱର : ଭୁବନେଶ୍ବର ଜନତା ମଇଦାନରେ ପ୍ରଧାମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ମହିଳାଙ୍କ ଆକାଉଣ୍ଟକୁ ଯାଇଛି ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୪୯୯୯ ଟଙ୍କା ହିସାବରେ ୨୫ ଲକ୍ଷ ୧୧ ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧୨୫୦ କୋଟି ୫୫ ହଜାର ଟଙ୍କା । ରବିବାର ଦିନ ପରୀକ୍ଷାମୂଳକ ଭାବରେ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଲେଖାଏଁ ପଠା ଯାଇଥିଲା। ଆଜି ଦିନ ୧୦.୫୦ ଟା […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ବର ଜନତା ମଇଦାନରେ ପ୍ରଧାମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ମହିଳାଙ୍କ ଆକାଉଣ୍ଟକୁ ଯାଇଛି ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୪୯୯୯ ଟଙ୍କା ହିସାବରେ ୨୫ ଲକ୍ଷ ୧୧ ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧୨୫୦ କୋଟି ୫୫ ହଜାର ଟଙ୍କା । ରବିବାର ଦିନ ପରୀକ୍ଷାମୂଳକ ଭାବରେ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଲେଖାଏଁ ପଠା ଯାଇଥିଲା।

ଆଜି ଦିନ ୧୦.୫୦ ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଥିଲେ। ଏହାପରେ ସିଧା ସଳଖ ମଞ୍ଚେଶ୍ୱର ଗାଡ଼କଣ ଯାଇଥିଲେ। ସେଠାରେ ସୁଭଦ୍ରା ହିତାଧିୀକାରୀମାନଙ୍କ ସହ ଆଲୋଚନା କରିବା ପରେ ଗାଡ଼କଣରେ ଆବାସ ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କୁ ଗୃହ ପ୍ରବେଶ କରାଇବା ସହ ଟଙ୍କା ଘରେ ଖିରି ଖାଇଥିଲେ । ମୋଦୀ କିଛି ସମୟ ପାଇଁ ଅନ୍ତର୍ଯ୍ୟାମୀ ଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ଛୋଟ ଛୁଆଙ୍କ ମୁଣ୍ଡରେ ହାତ ମାରିଥିଲେ। ସେଠାରେ ସେ ପୂଜାର୍ଚ୍ଚନା ବି କରିଥିଲେ ।

ଏଥି ସହ ପ୍ରଧାନମନ୍ତ୍ରୀ ପ୍ରାୟ ୨୮୦୦ କୋଟିର ରେଳ ପ୍ରକଳ୍ପ ଏବଂ ୧୦୦୦ କୋଟିର ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ସେହିପରି ୧୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ଦେବା ସହ ୨୬ ଲକ୍ଷ ପିଏମ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗୃହ ପ୍ରବେଶ କରାଇଛନ୍ତି। ଏହାସହ ସେ ଆବାସ ପ୍ଲସ୍‌ ୨୦୨୪ ଆପ୍‌କୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଛନ୍ତି।

ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରି କୃତଜ୍ଞତା ଜଣାଇଛନ୍ତି। ମୋଦି କହିଛନ୍ତି ମହିଳାଙ୍କ ହାତରେ ହେବ ଦେଶର ବିକାଶ। ଡବଲ୍ ଇଞ୍ଜିନ ସରକାରରେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି ବିଜେପି। ସେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବା କଥା ହେଉ ଅବା ରତ୍ନ ଭଣ୍ଡାର ଖୋଲିବା କଥା। ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୁରଣ କରିଛୁ। ଅନ୍ୟପଟେ ରାଜ୍ୟରେ ବିଜେପି ନଥିଲେ ମଧ୍ୟ କେନ୍ଦ୍ରରେ ବିଜେପି ସମୟରୁ ମୋଦିଙ୍କ ଫୋକସ୍ ରେ ଓଡ଼ିଶାର ବିକାଶ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Tags: