ମାଛକୁଣ୍ଡରୁ ୨ ଟି ଗେଟ ଦେଇ ପ୍ରଥମ ବନ୍ୟାଜଳ ନିଷ୍କାସିତ

କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଲଗାଣ ବର୍ଷା ଲାଗି ରହିଛି । ବର୍ଷା ଯୋଗୁ ଜଳ ଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଯୋଗୁଁ ମାଛକୁଣ୍ଡ ଡି.ଡ୍ୟାମ ବିପଦ ସଂକେତକୁ ଛୁଇଁଛି । ଡ୍ୟାମର ସୁରକ୍ଷା ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ଡ୍ୟାମର ୬ ଓ ୭ ନମ୍ବର ଗେଟ୍ ଖୋଲି ବନ୍ୟା ଜଳକୁ ନିଷ୍କାସିତ କରିଛନ୍ତି । ଡ୍ୟାମ କ୍ଷମତା ୨୫୯୦ ଫୁଟ୍ ରହିଥିବାବେଳେ ବର୍ତ୍ତମାନ […]

ମାଛକୁଣ୍ଡରୁ ୨ ଟି ଗେଟ ଦେଇ ପ୍ରଥମ ବନ୍ୟାଜଳ ନିଷ୍କାସିତ
Samaya Live Picture
Published On

କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଲଗାଣ ବର୍ଷା ଲାଗି ରହିଛି । ବର୍ଷା ଯୋଗୁ ଜଳ ଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଯୋଗୁଁ ମାଛକୁଣ୍ଡ ଡି.ଡ୍ୟାମ ବିପଦ ସଂକେତକୁ ଛୁଇଁଛି । ଡ୍ୟାମର ସୁରକ୍ଷା ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ଡ୍ୟାମର ୬ ଓ ୭ ନମ୍ବର ଗେଟ୍ ଖୋଲି ବନ୍ୟା ଜଳକୁ ନିଷ୍କାସିତ କରିଛନ୍ତି । ଡ୍ୟାମ କ୍ଷମତା ୨୫୯୦ ଫୁଟ୍ ରହିଥିବାବେଳେ ବର୍ତ୍ତମାନ ୨୫୮୮ ଫୁଟକୁ ଛୁଇଁଛି । ୨ ଟି ଗେଟରୁ୨ ହଜାର କ୍ୟୁସେକ ଜଳ ଚିତ୍ରକୋଣ୍ଡା ଜଳ ଭଣ୍ଡାରକୁ ଛଡା ଯାଇଛି । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳରେ ଡ୍ୟାମର ୨ଟି ଗେଟ୍ ଖୋଲା ଯାଇଥିବାବେଳେ ଅଧିକ ବର୍ଷା ହେଲେ ଆଗକୁ ମଧ୍ୟ ଗେଟ୍ ଖୋଲାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

Tags: