ଅର୍ଥମନ୍ତ୍ରୀ ବୁଝିଲେ ବୁଢୀମା’ର ଦୁଃଖ,ବ୍ୟାଙ୍କ କୁ କଲେ ତାଗିଦ

ନବରଙ୍ଗପୁର : ପରିଣତ ବୟସରେ ବୁଢ଼ୀ ମା’ର ଦୁଃଖ ବୁଝି ପାରିଲେ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ I ଖାଲି ସେତିକି ନୁହେଁ ବୁଢ଼ୀ ମା’ର କଷ୍ଟକୁ ହୃଦୟଙ୍ଗମ କରି ଟ୍ୱିଟ କରି ସମ୍ପୃକ୍ତ ବ୍ୟାଙ୍କ କୁ କରିଛନ୍ତି ତାଗିଦ I ନିଜର ବାର୍ଦ୍ଧକ୍ୟ ଭତ୍ତା ପାଇଁ ବୃଦ୍ଧI ଜଣକ କୋଷେ ବାଟ ଏକ ପ୍ଲାଷ୍ଟିକ ଚେୟାରକୁ ସାହାରା କରି କରି ଧୁ ଧୁ ଖରାରେ ଚାଲି ଚାଲି ଆସିଥାନ୍ତି I ମାତ୍ର ଟିପି ଚିହ୍ନ ନମିଶିବାରୁ ବାରମ୍ବାର […]

Samaya Live Picture
Published On

ନବରଙ୍ଗପୁର : ପରିଣତ ବୟସରେ ବୁଢ଼ୀ ମା’ର ଦୁଃଖ ବୁଝି ପାରିଲେ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ I ଖାଲି ସେତିକି ନୁହେଁ ବୁଢ଼ୀ ମା’ର କଷ୍ଟକୁ ହୃଦୟଙ୍ଗମ କରି ଟ୍ୱିଟ କରି ସମ୍ପୃକ୍ତ ବ୍ୟାଙ୍କ କୁ କରିଛନ୍ତି ତାଗିଦ I ନିଜର ବାର୍ଦ୍ଧକ୍ୟ ଭତ୍ତା ପାଇଁ ବୃଦ୍ଧI ଜଣକ କୋଷେ ବାଟ ଏକ ପ୍ଲାଷ୍ଟିକ ଚେୟାରକୁ ସାହାରା କରି କରି ଧୁ ଧୁ ଖରାରେ ଚାଲି ଚାଲି ଆସିଥାନ୍ତି I ମାତ୍ର ଟିପି ଚିହ୍ନ ନମିଶିବାରୁ ବାରମ୍ବାର ବ୍ୟାଙ୍କ କର୍ତୃପକ୍ଷ ତାଙ୍କୁ ଫେରାଇ ଦେଇଥାନ୍ତି I

ଘଟନାନୁସାରେ,ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବଣୁଆଗୁଡାର ବୃଦ୍ଧା ସୂର୍ଯ୍ୟ ହରିଜନ I ଫ୍ରିଙ୍ଗର ପ୍ରିଣ୍ଟ ନ ମିଶିବାରୁ ତିନି ମାସ ଧରି ମିଳୁ ନଥିଲା ବାର୍ଦ୍ଧକ୍ୟ ଭତ୍ତା । ମାସକୁ ୫୦୦ ଟଙ୍କା ପାଇଁ ଏକ ପ୍ଲାଷ୍ଟିକ ଚୌକିକୁ ଆଶା ବାଡ଼ି ପରି ସାହାରାକରି କୋଷେ ବାଟ ଖାଲି ପାଦରେ ଚାଲି ଚାଲି ଯାଇଥିଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ I ପରିଣତ ବୟସରେ ଭଙ୍ଗା ଗୋଡ଼ରେ ଚାଲି ଚାଲି ପେନସନ ପାଇଁ ଯାଇଥିଲେ । ତେବେ ଭଙ୍ଗI ଗୋଡ଼ ସହିତ ଦୁର୍ବଳ ଶରୀର କେହି ତାଙ୍କ କଥା ଶୁଣୁ ନଥିଲେ I ସେଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡୁଥିଲା I ଏହି ଭଳି ପ୍ଲାଷ୍ଟିକ ଚେୟାର ସାହାରାରେ ପେନଶନ ପାଇଁ ଯାଉଥିବାର ଏକ ଭିଡିଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲା I ଏହି ଭିଡିଓ ଦେଖି ନିର୍ମଳା ସୀତାରମଣ ଉଦବେଗ ପ୍ରକାଶ କରିବା ସହିତ,ସମ୍ପୃକ୍ତ ବ୍ୟାଙ୍କ ଉପରେ ବର୍ଷିଥିଲେ I ମାନବିକତା ଦୃଷ୍ଟିରୁ ଏହି ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ପ୍ରଶ୍ନ କରିଥିଲେ ନିର୍ମଳା । ଟ୍ୱିଟ କରି ପଚାରିଥିଲେ ସେଠାରେ କୌଣସି ବ୍ୟାଙ୍କ ମିତ୍ର ନାହାନ୍ତି କି ?। ତେବେ ନିର୍ମଳାଙ୍କ ଟ୍ୱିଟକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଉତ୍ତର ରଖିଛନ୍ତି ।

ଉତର ରଖି ଏସବିଆଇ କହିଛି,ଏହି ଭିଡିଓ ଦେଖିବା ପରେ ଆମେ ମଧ୍ୟ ତାଙ୍କର କଷ୍ଟ ଅନୁଭବ କରିଛୁ । ଝରିଗାଁରେ ଥିବା ସିଏସପି ପଏଣ୍ଟରୁ ପେନସନ ଟଙ୍କା ଉଠାଉଥିଲେ । କିନ୍ତୁ ସିଏସପି ପଂଏଟରେ ତାଙ୍କ ଫିଙ୍ଗର ପ୍ରିଣ୍ଟ ମ୍ୟାଚ ନକରିବାରୁ ଝରିଗାଁ ବ୍ରାଞ୍ଚକୁ ତାଙ୍କ ସମ୍ପର୍କୀୟଙ୍କ ସହ ଆସିଥିଲେ । ଏହାପରେ ତାଙ୍କୁ ତୁରନ୍ତ ପେନସନ ଟଙ୍କା ଦେଇ ଦିଆଯାଇଥିଲା । ତେବେ ଆସନ୍ତା ମାସଠାରୁ ତାଙ୍କ ଘରେ ପେନସନ ଟଙ୍କା ଦେଇ ଆସିବାକୁ ପ୍ରତିଶ୍ରୁତି ଦେଇଛି ଏସବିଆଇ । ଏହା ସହ ତାଙ୍କୁ ଏକ ହ୍ୱିଲ ଚେୟାର ଯୋଗାଇ ଦେବାକୁ ମଧ୍ୟ ଷ୍ଟେଟ ବ୍ୟାଙ୍କ ପ୍ରତିଶ୍ରୁତି ଦେଇଛି ।

Tags: