ଶୋଇଥିବାବେଳେ କାନ୍ଥ ଭୁଶୁଡି ବାପା ମୃତ,ପୁଅ ଆହତ
ସୁନ୍ଦରଗଡ଼ : ଶୋଇଥିବାବେଳେ ବଡ଼ ଅଘଟଣ I ଲଗାଣ ବର୍ଷାରେ ଭୁଶୁଡି ପଡିଲା ମାଟି କାନ୍ଥ Iକାନ୍ଥ ତଳେ ଚାପି ବାପାଙ୍କ ମୃତ୍ୟୁ ଘଟିବା ସହିତ ପୁଅ ଗୁରୁତର ହୋଇଛି । ଏହି ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ I ମୃତକ ହେଲେ କୁରୁନାଥ କାନ୍ତା । ପୁଅ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ସୂଚନା ଅନୁସାରେ, ଲଘୁଚାପ ଜନିତ ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି । […]
ସୁନ୍ଦରଗଡ଼ : ଶୋଇଥିବାବେଳେ ବଡ଼ ଅଘଟଣ I ଲଗାଣ ବର୍ଷାରେ ଭୁଶୁଡି ପଡିଲା ମାଟି କାନ୍ଥ Iକାନ୍ଥ ତଳେ ଚାପି ବାପାଙ୍କ ମୃତ୍ୟୁ ଘଟିବା ସହିତ ପୁଅ ଗୁରୁତର ହୋଇଛି । ଏହି ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ I ମୃତକ ହେଲେ କୁରୁନାଥ କାନ୍ତା । ପୁଅ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।
ସୂଚନା ଅନୁସାରେ, ଲଘୁଚାପ ଜନିତ ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି । ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଜରଙ୍ଗଲୋଇ ଗାଁରେ କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁ କୁରୁନାଥଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମାତ୍ର ଏହି ଅଘଟଣାରୁ ତାଙ୍କର ୨ ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି I




