ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଢେଙ୍କାନାଳ : ଆଜି ଠାରୁ ଯୋରନ୍ଦା ପୀଠରେ ଆରମ୍ଭ ହେଉଛି ପ୍ରସିଦ୍ଧ ମାଘ ମେଳା । ଚଳିତବର୍ଷ ୧୫୨ତମ ବିଶ୍ୱ ପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେଉଛି । ମାଘମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତିଥୀରୁ ଏହି ମେଳା ଆରମ୍ଭ ହୋଇ ଦୁଇଦିନ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ସେଥିପାଇଁ ସଜେଇ ହୋଇଛି ପୂରା ମହିମାଗାଦୀ ପୀଠ । ଦୁଇ ଦିନ ର୍ପୂବରୁ ସାଧୁସନ୍ଥଙ୍କ ଏଠି ଭିଡ ଲାଗିଛି । କୁମ୍ଭ ମେଳାରୁ ବୁଡ ପକାଇ ସିଧା ମାଘମେଳାକୁ ଛୁଟିଆସିଛନ୍ତି […]

ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା
Samaya Live Picture
Published On

ଢେଙ୍କାନାଳ : ଆଜି ଠାରୁ ଯୋରନ୍ଦା ପୀଠରେ ଆରମ୍ଭ ହେଉଛି ପ୍ରସିଦ୍ଧ ମାଘ ମେଳା । ଚଳିତବର୍ଷ ୧୫୨ତମ ବିଶ୍ୱ ପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେଉଛି । ମାଘମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତିଥୀରୁ ଏହି ମେଳା ଆରମ୍ଭ ହୋଇ ଦୁଇଦିନ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ସେଥିପାଇଁ ସଜେଇ ହୋଇଛି ପୂରା ମହିମାଗାଦୀ ପୀଠ । ଦୁଇ ଦିନ ର୍ପୂବରୁ ସାଧୁସନ୍ଥଙ୍କ ଏଠି ଭିଡ ଲାଗିଛି । କୁମ୍ଭ ମେଳାରୁ ବୁଡ ପକାଇ ସିଧା ମାଘମେଳାକୁ ଛୁଟିଆସିଛନ୍ତି ଦେଶର କୋଣ ଅନୁକୋଣରୁ ସାଧୁସନ୍ଥ । ମହିମା ସନ୍ଯାସୀଙ୍କ ଅଲେଖ ମହିମା ଧ୍ଵନିରେ କମ୍ପିଲାଣି ପୂରା ମହିମା ଗାଦି । ବାଜା, ଖୋଲ କୀର୍ତ୍ତନ ସହ ଖଞ୍ଜଣି ମାଡରେ ବିଭୋର ହେଲେଣି ମହିମା ସନ୍ୟାସୀ ଓ ପର୍ଯ୍ୟଟକ ।

ଢେଙ୍କାନାଳର ଯୋରନ୍ଦା ମହିମା ଗାଦିରେ ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ଜ୍ୱଳନ କରିବେ। ଆଜି ସନ୍ଧ୍ୟା ୫ଟା ୨୦ ମିନିଟ୍‌ରେ ଝାଡ଼ରେ ଅଗ୍ନି ସଂଯୋଗ ହେବ । ୧୩ ତାରିଖ ପର୍ଯ୍ୟନ୍ତ ଉପାସନା ପୀଠରେ ଝାଡଦୀପ ପ୍ରଜ୍ୱଳନ ହେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗାଦିମନ୍ଦିର, ଧୁନିମନ୍ଦିର, ଶୂନ୍ୟ ମନ୍ଦିର ଓ ଅନ୍ୟାନ୍ୟ ଉପାସନା ପୀଠରେ ମଧ୍ୟ ଝାଡ଼ବତୀ ପ୍ରଜ୍ଜ୍ୱଳନ ପାଇଁ ବୃହତ ଝାଡ଼, ମହଣ ମହଣ ଘିଅ ପ୍ରସ୍ତୁତି ହୋଇ ରହିଛି । ତେବେ ଗୁରୁବାର ଦିନ ସ୍ଥାନୀୟ ଅଞ୍ଚଳର ଭକ୍ତ ମାନଙ୍କ ଅନୁରୋଧରେ କେବଳ ଗାଦି ମନ୍ଦିର ପଶ୍ଚିମ ଦ୍ୱାରରେ ଝାଡ଼ ଜଳିବ ବୋଲି ସୂଚନା ଦିଆଯାଇଛି ।

ମହିମା ସାଧୁ ସନ୍ୟାସୀମାନେ ଜଗତ କଲ୍ୟାଣ ପାଇଁ ମହଣ ମହଣ ଘିଅ ଘୃତାହୂତୀ କରି ଝାଡଦୀପ ପ୍ରଜ୍ୱଳନ କରିବେ । ଗାଦୀମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର, ଧୂନୀ ମନ୍ଦିର, ଶୂନ୍ୟ ମନ୍ଦିର, ବତୀ ମନ୍ଦିର ଓ ୨୧ହାତିଆ ଟୁଙ୍ଗି ଆଦିକୁ ସ୍ବଚ୍ଛ ନିର୍ମଳ କରାଯାଇଛି । ଶାନ୍ତିଶୃଙ୍ଖଳା ପାଇଁ ପ୍ରାୟ ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମାଘମେଳା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଅପେରା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସିସିଟିଭି କ୍ୟାମେରା ଲଗାଯିବା ସହିତ ଟ୍ରାଫିକ ନିୟନ୍ତ୍ରଣକୁ ଅଧିକ କଡାକଡି କରାଯାଇଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ବହୁ ସଂଖ୍ୟାରେ ଜନ ସମାଗମ ହେବା ନେଇ ଅନୁମାନ କରିଛି ପ୍ରଶାସନ ।

Tags: