ଡାକ୍ତର ନିଖୋଜ,୨ ଦିନ ହେଲାଣି ଚିନ୍ତାରେ ପରିବାର
ମାଲକାନଗିରି : ଦୁଇ ଦିନ ହେଲା ନିଖୋଜ ଅଛନ୍ତି ଡାକ୍ତର ଅମ୍ଲାନ ଭୋଇ I ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ଡାକ୍ତର ଅମ୍ଳାନ । ସେ ଶନିବାର ଠାରୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଡ୍ୟୁଟି ପରେ ନିଜ କ୍ୱାଟର୍ସରୁ ନିଖୋଜ ହୋଇଯାଇଛନ୍ତି I ତେବେ ଡାକ୍ତରଙ୍କୁ କେହି ଅପହରଣ କରିନେଇ ଥିବା ଅନୁମାନ କରାଯାଉଛି I ଏନେଇ କନ୍ଧମାଳ ଏସପି ଓ ଜିଲ୍ଲାପାଳଙ୍କୁ ଫୁଲବାଣୀରେ ଭେଟି ମାମଲାର ତଦନ୍ତ କରିବା ସହ […]
ମାଲକାନଗିରି : ଦୁଇ ଦିନ ହେଲା ନିଖୋଜ ଅଛନ୍ତି ଡାକ୍ତର ଅମ୍ଲାନ ଭୋଇ I ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ଡାକ୍ତର ଅମ୍ଳାନ । ସେ ଶନିବାର ଠାରୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଡ୍ୟୁଟି ପରେ ନିଜ କ୍ୱାଟର୍ସରୁ ନିଖୋଜ ହୋଇଯାଇଛନ୍ତି I ତେବେ ଡାକ୍ତରଙ୍କୁ କେହି ଅପହରଣ କରିନେଇ ଥିବା ଅନୁମାନ କରାଯାଉଛି I ଏନେଇ କନ୍ଧମାଳ ଏସପି ଓ ଜିଲ୍ଲାପାଳଙ୍କୁ ଫୁଲବାଣୀରେ ଭେଟି ମାମଲାର ତଦନ୍ତ କରିବା ସହ ପୁଅକୁ କିଏ ଅପହରଣ କରିଛି ସେ ନେଇ ତଦନ୍ତ କରିବାକୁ ନିବେଦନ କରିଛନ୍ତି I
ପୋଲିସ ପାରିପାର୍ଶ୍ବିକ ପରସ୍ଥିତିକୁ ଅନୁଧ୍ୟାନ କରି ଡାକ୍ତରଙ୍କୁ ମାଓବାଦୀ ମାନେ ଅପହରଣ କରିଛନ୍ତି ନା ଘଟଣା ପଛରେ ଅନ୍ୟ କିଛି ରହସ୍ୟ ରହିଛି ତାହା ଅନୁସନ୍ଧାନ କରୁଛି I
ସୂଚନାଯୋଗ୍ୟ ୨୭ ବର୍ଷିୟ ଡାକ୍ତର ଅମ୍ଳାନ କନ୍ଧମାଳ ଜିଲ୍ଲା ଟିକାବାଲି ସହର ଅଟନ୍ତି। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ ଛଅ ମାସ ଧରି କାର୍ଯ୍ୟରତ ଥିଲେ। ତାଙ୍କ ବାପା ଜଣେ କ୍ଷୁଦ୍ର ବ୍ୟବସାୟୀ ଅଟନ୍ତି।
ଅମ୍ଲାନ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ୟୁଟି ପରେ ନିଜ କ୍ୱାଟର୍ସକୁ ଫେରିଥିଲେ I ଏହାପରେ ସେ ଘରୁ କେଉଁଆଡେ ନିଖୋଜ ହୋଇଯାଇଛନ୍ତି I ଘରେ ଡାକ୍ତରଙ୍କ ମୋବାଇଲ୍ ଓ ବାଇକ୍ ରହିଛି । ତାସହ ପୋଲିସ୍ ଏକ ପୋଷ୍ଟର୍ ଜବତ କରିଥିବା କୁହାଯାଉଛି । ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ଏକ ଶବ ବ୍ୟବଚ୍ଛେଦକୁ ନେଇ କିଛି ଲୋକଙ୍କ ସହ ଡାକ୍ତର ଅମ୍ଲାନଙ୍କ ବିବାଦ ଦେଖାଦେଇଥିଲା। ତେଣୁ ଏହି ଅପହରଣ ପଛରେ ଅନେକ ସନ୍ଦେହ ଉପୁଜୁଛି । ଘଟଣା ପଛରେ ମାଓବାଦୀଙ୍କ ସଂପୃକ୍ତି ଥିବା ବି ଚର୍ଚ୍ଚା ହେଉଛି।




