ଅଧ୍ୟାପିକାଙ୍କୁ ସହକାରୀ ଅଧ୍ୟାପକ ଦେଉଛନ୍ତି ମାନସିକ ନିର୍ଯାତନା

ସମ୍ବଲପୁର :ସମ୍ବଲପୁର ବିଶ୍ବବିଦ୍ୟାଳୟର ସହକାରୀ ଅଧ୍ୟାପକଙ୍କ ନାଁରେ ସାଂଘାତିକ ଅଭିଯୋଗ । ଅଧ୍ୟାପିକାଙ୍କୁ ଦେଉଛନ୍ତି ମାନସିକ ନିର୍ଯ୍ୟାତନା Iତଦନ୍ତ ପାଇଁ ୫ଜଣିଆ ଟିମ୍ ଗଠନ ହୋଇଛି । ସୂଚନାଯୋଗ୍ୟ ଯେ,ସମ୍ବଲପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜଣେ ସହକାରୀ ଅଧ୍ୟାପକ ରଜତ କୁଜୁରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସେହି ବିଭାଗର ଜଣେ ମହିଳା ଅଧ୍ୟାପିକା । ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ସେହି ବିଭାଗର ଜଣେ ଅଧ୍ୟାପିକା । ଦୀର୍ଘ ୭ ବର୍ଷ ଧରି ସେ […]

Samaya Live Picture
Published On

ସମ୍ବଲପୁର :ସମ୍ବଲପୁର ବିଶ୍ବବିଦ୍ୟାଳୟର ସହକାରୀ ଅଧ୍ୟାପକଙ୍କ ନାଁରେ ସାଂଘାତିକ ଅଭିଯୋଗ । ଅଧ୍ୟାପିକାଙ୍କୁ ଦେଉଛନ୍ତି ମାନସିକ ନିର୍ଯ୍ୟାତନା Iତଦନ୍ତ ପାଇଁ ୫ଜଣିଆ ଟିମ୍ ଗଠନ ହୋଇଛି ।

ସୂଚନାଯୋଗ୍ୟ ଯେ,ସମ୍ବଲପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜଣେ ସହକାରୀ ଅଧ୍ୟାପକ ରଜତ କୁଜୁରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସେହି ବିଭାଗର ଜଣେ ମହିଳା ଅଧ୍ୟାପିକା । ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ସେହି ବିଭାଗର ଜଣେ ଅଧ୍ୟାପିକା । ଦୀର୍ଘ ୭ ବର୍ଷ ଧରି ସେ ମହିଳା ଅଧ୍ୟାପିକାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି I ଘଟଣାକୁ ଗୁରୁତର ସହ ନେଇଛନ୍ତି ବିଶ୍ବବିଦ୍ୟାଳୟର କୁଳପତି । ଘଟଣାର ତଦନ୍ତ ପାଇଁ ଏକ ୫ ଜଣିଆ କମିଟି ଗଠନ କରାଯାଇଛି । ପୂର୍ବରୁ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨ ମାସ ତଳେ ସଂପୃକ୍ତ ସହକାରୀ ଅଧ୍ୟାପକ ନିଲମ୍ବିତ ହୋଇଥିଲେ ।

ଅଧ୍ୟାପିକା ଜଣଙ୍କ ରାଜନୀତି ବିଜ୍ଞାନ ବିଭାଗର ସଂଯୋଜିକା ଦାୟିତ୍ୱରେ ରହିଛନ୍ତି । ଅଧ୍ୟାପିକାଙ୍କୁ ମେଲ୍‌ କରି ସଂପୃକ୍ତ ଅଧ୍ୟାପକ ବିଭାଗୀୟ ମୁଖ୍ୟ ହେବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ଅଭିଯୋଗ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା ବୋଲି ମହିଳା ଜଣଙ୍କ ଉଲ୍ଲେଖ କରିଛନ୍ତି । ଏହି ଅଭିଯୋଗ ପରେ ତାଙ୍କ ନାଁରେ ଷଡଯନ୍ତ୍ର କରାଯାଇଛି ବୋଲି କହିଛନ୍ତି ସହକାରୀ ପ୍ରଫେସର କୁଜୁର୍। ମୋ ଜାଣତରେ କିମ୍ବା ଅଜାଣତରେ କାହାକୁ ମାନସିକ ନିର୍ଯାତନା ଦେଇନି । ଏହା ସଂପୂର୍ଣ୍ଣ ମିଛ ଏବଂ ଏ ନେଇ ଆସନ୍ତାକାଲି ପକ୍ଷ ରଖିବେ ବୋଲି କହିଛନ୍ତି ରଜତ କୁଜୁର।

Tags: