୧୫ ଡିଗ୍ରୀ ତଳେ ସାରା ରାଜ୍ୟ

ଭୁବନେଶ୍ୱର : ଖସୁଛି ପାରଦ, ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ଶୀତ। ଗୁରୁବାର ଠାରୁ ସାରା ରାଜ୍ୟରେ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ କମିଛି I ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ ହେଉଛି। ଏଥିପାଇଁ କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ଆସନ୍ତା ସପ୍ତାହରୁ ରାଜ୍ୟରେ ଶୀତର ପ୍ରକୋପ ବଢିବI ୧୫ ଡିଗ୍ରୀ ତଳେ […]

Samaya Live Picture
Published On

ଭୁବନେଶ୍ୱର : ଖସୁଛି ପାରଦ, ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ଶୀତ। ଗୁରୁବାର ଠାରୁ ସାରା ରାଜ୍ୟରେ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ କମିଛି I ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ ହେଉଛି। ଏଥିପାଇଁ କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ଆସନ୍ତା ସପ୍ତାହରୁ ରାଜ୍ୟରେ ଶୀତର ପ୍ରକୋପ ବଢିବI ୧୫ ଡିଗ୍ରୀ ତଳେ ୭ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୧୦.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର ପାଲଟିଛି। ସିମିଳିଗୁଡା ୧୧.୧, କୋରାପୁଟ ୧୧.୬, କେନ୍ଦୁଝର ୧୨.୮, ଫୁଲବାଣୀ ୧୩, ଦାରିଙ୍ଗବାଡି ୧୩, କିରେଇ ୧୩.୭ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭବାନୀପାଟଣା ଓ ନବରଙ୍ଗପୁରର ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଅନେକ ସ୍ଥାନରେ ଦିନର ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତହ୍ରାସ ପାଇଥିବାବେଳେ ଆଗାମୀ ୨ ଦିନ ମଧ୍ୟରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ I ସେହିପରି ୧୫ ତାପମାତ୍ରା ସିଧା ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେତେକ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖାଦେଉଛି। ଶିମିଳିପାଳରେ ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

Tags: