ଏକ ସାହିତ୍ୟ ଯୁଗର ଅବସାନ ,ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ
ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଛି। ଦକ୍ଷିଣ ପୂର୍ବତଟ ରେଳ ବିଭାଗର ଜେନେରାଲ ମ୍ୟାନେଜର ପଦରୁ ଅବସର ନେବା ପରେ ଦୈନିକ ଓଡ଼ିଆ ଖବର କାଗଜ ‘ସମୟ’ର ସମ୍ପାଦକ ରହିଥିଲେ। ସୂଚନାଯୋଗ୍ୟ, ସେ ଓଡ଼ିଆରେ ସାମାଜିକ ଚେତନାର ଜଣେ ବରିଷ୍ଠ କାହାଣୀକାର। ୧୬ଟି ଉପନ୍ୟାସ, ୧୬ଟି କାହାଣୀ ସଂଗ୍ରହ ଏବଂ ଗୋଟିଏ କବିତା ସଂଗ୍ରହ ପ୍ରକାଶ କରିଛନ୍ତି। ଫିଲ୍ମ […]
ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଛି। ଦକ୍ଷିଣ ପୂର୍ବତଟ ରେଳ ବିଭାଗର ଜେନେରାଲ ମ୍ୟାନେଜର ପଦରୁ ଅବସର ନେବା ପରେ ଦୈନିକ ଓଡ଼ିଆ ଖବର କାଗଜ ‘ସମୟ’ର ସମ୍ପାଦକ ରହିଥିଲେ।
ସୂଚନାଯୋଗ୍ୟ, ସେ ଓଡ଼ିଆରେ ସାମାଜିକ ଚେତନାର ଜଣେ ବରିଷ୍ଠ କାହାଣୀକାର। ୧୬ଟି ଉପନ୍ୟାସ, ୧୬ଟି କାହାଣୀ ସଂଗ୍ରହ ଏବଂ ଗୋଟିଏ କବିତା ସଂଗ୍ରହ ପ୍ରକାଶ କରିଛନ୍ତି। ଫିଲ୍ମ ‘ଆର୍ଯ୍ୟ ରୋଦନ’ର ଶ୍ରେଷ୍ଠ କାହାଣୀ-ଲେଖା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ। ସେ ଅନେକ,ସାହିତ୍ୟିକ, ସାମାଜିକ, ଅର୍ଥନୈତିକ ଏବଂ ବୈଷୟିକ ସଂଗଠନର ସଦସ୍ୟ ରହିଆସିଥିଲେ। ସେ ସାହିତ୍ୟ ଏକାଡେମୀ ଦିଲ୍ଲୀର ଓଡ଼ିଆ ପରାମର୍ଶଦାତା ବୋର୍ଡର ସଦସ୍ୟ ଥିଲେ। ।
ସାତକଡ଼ି ହୋତାଙ୍କର ଜନ୍ମ ୧୯୨୯ ମସିହାରେ ହୋଇଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଜଣେ ସାହିତ୍ୟିକ ତଥା ସମ୍ପାଦକ ଥିଲେ । ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଓ ଆତ୍ମଜୀବନୀ ଆଦି ବିଭିନ୍ନ କ୍ଷେତ୍ରରେ ସେ ନିଜର ପରାକାଷ୍ଠା ଦେଖାଇଛନ୍ତି ।
ସାତକଡ଼ିଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶିତ ହୋଇସାରିଛି । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ “ବ୍ୟାକୁଳ ହୃଦୟ” ଓ ୧୯୭୧ରେ ପ୍ରଥମ ଗପ ପ୍ରକାଶ ପାଇଥିଲା । ତାଙ୍କ ବିୟୋଗରେ ସାହିତ୍ୟ ମହଲରେ ଶୋକର ଛାୟା ଖେଳି ଯାଇଛି । ୧୯୮୫ମସିହାରେ “ଭୁବନେଶ୍ୱର ପୁସ୍ତକ ମେଳା” ଆରମ୍ଭ କରିବାରେ ସେ ଥିଲେ ଅନ୍ୟତମ ଉଦ୍ୟୋକ୍ତା ।




