ମଝି ନଦୀରେ ଫସିଲେ ହାତୀପଲ
କଣ୍ଟାମାଳ : ମଝି ନଦୀରେ ଫସିଗଲେ ୧୨ ଟିକିଆ ହାତୀ ପଲ I ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେଞ୍ଜ ମାଣିକପୁର ଗାଁ ନିକଟ ତେଲନଦୀରେ ହଠାତ ପାଣି ଆସି ଯିବାରୁ ଫସି ରହିଛନ୍ତି ଏହି ହାତୀପଲ I ଆଜି ସକାଳୁ ହାତୀପଲ ନଦୀରେ ଗାଧୋଉଥିବା ଦେଖିବାକୁ ପାଇଥିଲେ ଲୋକେ। ଏହା ସାଙ୍ଗକୁ ନଦୀ କୂଳରେ ଲୋକ ଗହଳି ହେବାରୁ ମଝିରେ ଅଟକି ଯାଇଛନ୍ତି ହାତୀ ପଲ l ସ୍ଥାନୀୟ ସୁନାଦେଇ ଜଙ୍ଗଲରୁ ଏହି ୧୨ଟିକିଆ ହାତୀ ପଲ […]
କଣ୍ଟାମାଳ : ମଝି ନଦୀରେ ଫସିଗଲେ ୧୨ ଟିକିଆ ହାତୀ ପଲ I ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେଞ୍ଜ ମାଣିକପୁର ଗାଁ ନିକଟ ତେଲନଦୀରେ ହଠାତ ପାଣି ଆସି ଯିବାରୁ ଫସି ରହିଛନ୍ତି ଏହି ହାତୀପଲ I ଆଜି ସକାଳୁ ହାତୀପଲ ନଦୀରେ ଗାଧୋଉଥିବା ଦେଖିବାକୁ ପାଇଥିଲେ ଲୋକେ। ଏହା ସାଙ୍ଗକୁ ନଦୀ କୂଳରେ ଲୋକ ଗହଳି ହେବାରୁ ମଝିରେ ଅଟକି ଯାଇଛନ୍ତି ହାତୀ ପଲ l
ସ୍ଥାନୀୟ ସୁନାଦେଇ ଜଙ୍ଗଲରୁ ଏହି ୧୨ଟିକିଆ ହାତୀ ପଲ ଆଜି ସକାଳେ ତେଲନଦୀ ପାର ହେଉଥିଲେ। ମାତ୍ର ଉକ୍ତ ସମୟରେ ଅଧିକ ଲୋକ ଗହଳି ଦେଖି ହାତୀ ପଲ ମଝି ନଦୀରେ ଅଟକି ଯାଇଛନ୍ତି। ନଦୀ ପାର୍ ହେବାକୁ ସେମାନେ ଆଉ ଆଗକୁ ବଢ଼ୁ ନାହାନ୍ତି।
ଗାଁଲୋକେ ଏତେ ହାତୀଙ୍କୁ ନଦୀରେ ଦେଖି ବନବିଭାଗ କୁ ଖବର ଦେଇଥିଲେ। ବନବିଭାଗ କର୍ମୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଏପଟେ ବିଭିନ୍ନ ସମୟରେ ହାତୀ ଆସି ଗାଁରେ ଘରଦ୍ବାର ଭଙ୍ଗିବା ସହ ଚାଷ ଜମି କ୍ଷତି କରିଦେଉଛନ୍ତି। ସେଥିପାଇଁ ଭୟଭୀତ ଅବସ୍ଥାରେ ଗ୍ରାମବାସୀ।




