ଜନ୍ମମାଟିରେ ପହଂଚିଲା ସହିଦଙ୍କ ପାର୍ଥିବ ଶରୀର
ବରଗଡ଼: ଜନ୍ମମାଟିରେ ପହଂଚିଲା ସହିଦ ଓଡ଼ିଆ ପୁଅ ନୀଳଚଳ ପଟେଲଙ୍କ ପାର୍ଥିବ ଶରୀର I ଗାଁ ବାଘପାଲି ଠାରେ ଶେଷ ଦର୍ଶନ କଲେ ପରିବାର ଵର୍ଗ I ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଅଯାଇଛି I ମଣିପୁର ଆସାମ ରାଇଫଲରେ କାର୍ଯ୍ୟରତ ଥିଲେ ଓଡ଼ିଆ ପୁଅ ନୀଳାଚଳ ପଟେଲ I ଶୁକ୍ରବାର ରାତିରେ ନୀଳଚଳ ଆସାମର ଦିନପୁରରେ ଅନ୍ୟ ଯବାନଂକ ସହ ନାଇଟ ଡିଉଟି କରୁଥିବା ବେଳେ, ଏକ ସଡ଼କ ଦୁର୍ଘଟଣାରେ ସହିଦ […]
ବରଗଡ଼: ଜନ୍ମମାଟିରେ ପହଂଚିଲା ସହିଦ ଓଡ଼ିଆ ପୁଅ ନୀଳଚଳ ପଟେଲଙ୍କ ପାର୍ଥିବ ଶରୀର I ଗାଁ ବାଘପାଲି ଠାରେ ଶେଷ ଦର୍ଶନ କଲେ ପରିବାର ଵର୍ଗ I ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଅଯାଇଛି I
ମଣିପୁର ଆସାମ ରାଇଫଲରେ କାର୍ଯ୍ୟରତ ଥିଲେ ଓଡ଼ିଆ ପୁଅ ନୀଳାଚଳ ପଟେଲ I ଶୁକ୍ରବାର ରାତିରେ ନୀଳଚଳ ଆସାମର ଦିନପୁରରେ ଅନ୍ୟ ଯବାନଂକ ସହ ନାଇଟ ଡିଉଟି କରୁଥିବା ବେଳେ, ଏକ ସଡ଼କ ଦୁର୍ଘଟଣାରେ ସହିଦ ହୋଇଥିବା କଥା ଜଣାପଡିଛି I ସହିଦଙ୍କ ଘର ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ବାଘପାଲି ଗାଁରେ I ନୀଳାଚଳ ୨୦୦୦ ମସିହାରୁ ଦେଶ ସେବାରେ କାର୍ଯ୍ୟରତ ଥିଲେ I ବର୍ତ୍ତମାନ ସହିଦ ନୀଳାଚଳଙ୍କ ପାର୍ଥିବ ଶରୀର ନିଜ ଜନ୍ମ ମାଟିରେ ପହଂଚିଯାଇଛି I ପରିବାରବର୍ଗଙ୍କ ସହ ସମ୍ପର୍କୀୟ ମାନେ ତାଙ୍କର ଶେଷ ଦର୍ଶନ କରିଛନ୍ତି I ଏହାଛଡା ସହିଦଙ୍କୁ ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରଦ୍ଧାଞ୍ଜଳି ଦିଅଯାଇଛି I ଜନ୍ମମାଟିରେ ସହିଦ ଯବାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ ସମ୍ପନ କରାଯିବ I




