ନୀଳଚକ୍ର ଉପରେ ବସିଲା ଚିଲ
ପୁରୀ : ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ନୀଳଚକ୍ରର ପତିତପାବନ ବାନା ଉପରେ ଚିଲଟି ବସିଥିବା ଦେଖିବାକୁ ମିଳିଛି । ତେବେ ନୀଳଚକ୍ର ଉପରେ ଚିଲ ବସିବା କୁ ନେଇ ନାନା କଳ୍ପନା ଜଳ୍ପନା ଦେଖାଦେଇଛି । ଦୀର୍ଘ ସମୟ ଧରି ଚିଲଟି ନୀଳଚକ୍ର ଉପରେ ବସିବା ପରେ ଉଡିଯାଇଥିବା ଦେଖିବାକୁ ମିଳିଛି । ସେହିପରି ଏପ୍ରିଲ୍ ମାସରେ ପୁରୀ ଶ୍ରୀମନ୍ଦିରରେ ଆଉ ଏକ ବିରଳ ଦୃଶ୍ୟ ଦେଖାଯାଇଥିଲା । ଚିଲ ନେଇଯାଇଥିଲା ପତିତପାବନ […]
ପୁରୀ : ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ନୀଳଚକ୍ରର ପତିତପାବନ ବାନା ଉପରେ ଚିଲଟି ବସିଥିବା ଦେଖିବାକୁ ମିଳିଛି । ତେବେ ନୀଳଚକ୍ର ଉପରେ ଚିଲ ବସିବା କୁ ନେଇ ନାନା କଳ୍ପନା ଜଳ୍ପନା ଦେଖାଦେଇଛି । ଦୀର୍ଘ ସମୟ ଧରି ଚିଲଟି ନୀଳଚକ୍ର ଉପରେ ବସିବା ପରେ ଉଡିଯାଇଥିବା ଦେଖିବାକୁ ମିଳିଛି ।
ସେହିପରି ଏପ୍ରିଲ୍ ମାସରେ ପୁରୀ ଶ୍ରୀମନ୍ଦିରରେ ଆଉ ଏକ ବିରଳ ଦୃଶ୍ୟ ଦେଖାଯାଇଥିଲା । ଚିଲ ନେଇଯାଇଥିଲା ପତିତପାବନ ବାନା । ଏହି ଦୃଶ୍ୟ ଦେଖି ଭକ୍ତମାନେ କିଛି ସମୟ ପାଇଁ ଚିଲଟିକୁ ଚାହିଁ ରହିଥିଲେ । ତେବେ ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିଥିବାର ନଜିର ମଧ୍ୟ ଆସିଛି । ତେବେ ପତିତପାବନ ବାନା ଉପରେ ବସିବା ନେଇ ଶୁଭ କି ଅଶୁଭ ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । କିଛି ସେବାୟତ ଏହାକୁ ମହାପ୍ରଭୁଙ୍କ ବଡ଼ ସଂକେତ ବୋଲି କହିଛନ୍ତି।




