ଏମପି ସୁରେଶ ପୂଜାରୀଙ୍କ ଘର ନିକଟରେ ଖସିଲା ଡ୍ରୋନ୍,କାରଣ ଅସ୍ପଷ୍ଟ
ଭୁବନେଶ୍ୱର : ଏମ୍ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍ ପଡିଥିବା ସୂଚନା ମିଳିଛି। ସନ୍ଦିଗ୍ଧ ଡ୍ରୋନ କାହାର ଜଣାପଡ଼ିନି। ଏନେଇ ବେଲପାହାଡ଼ ପୋଲିସ ତଦନ୍ତ ଚଳାଇଛି। ଅନ୍ୟପଟେ, ଡ୍ରୋନ୍କୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଏମ୍ପି ସୁରେଶ ପୂଜାରୀ। କିଏ, କେଉଁ ଉଦ୍ଦେଶ୍ୟ ନେଇ ଏହାକୁ ଅପରେଟ କରୁଥିଲା, ତାହା ସନ୍ଦେହଜନକ। ଏ ସଂପର୍କରେ ଏସ୍ପିକୁ ଜଣାଇବା ପରେ ପୋଲିସ ପହଞ୍ଚିଥିବା […]
ଭୁବନେଶ୍ୱର : ଏମ୍ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍ ପଡିଥିବା ସୂଚନା ମିଳିଛି। ସନ୍ଦିଗ୍ଧ ଡ୍ରୋନ କାହାର ଜଣାପଡ଼ିନି। ଏନେଇ ବେଲପାହାଡ଼ ପୋଲିସ ତଦନ୍ତ ଚଳାଇଛି। ଅନ୍ୟପଟେ, ଡ୍ରୋନ୍କୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଏମ୍ପି ସୁରେଶ ପୂଜାରୀ। କିଏ, କେଉଁ ଉଦ୍ଦେଶ୍ୟ ନେଇ ଏହାକୁ ଅପରେଟ କରୁଥିଲା, ତାହା ସନ୍ଦେହଜନକ। ଏ ସଂପର୍କରେ ଏସ୍ପିକୁ ଜଣାଇବା ପରେ ପୋଲିସ ପହଞ୍ଚିଥିବା ଏମ୍ପି କହିଛନ୍ତି।
ସୂଚନାନୁସାରେ,ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ହେଉଛନ୍ତି ସୁରେଶ ପୂଜାରୀ। ଆଜି ସେ ଘରେ ନଥିବାବେଳେ ଟଙ୍କା ଘର ଉପରେ ଏକ ଡ୍ରୋନ୍ ଉଡୁଥିଲା I ଏହାପରେ ଏହା ନିକଟସ୍ଥ ଏକ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ତଳକୁ ଖସି ପଡିଥିଲା I ଏହାଦେଖି ତାଙ୍କ ଘରୋଇ ସହାୟକ ସୁରେଶ ପୂଜାରୀଙ୍କୁ ଅବଗତ କରାଇଥିଲେ I ଶ୍ରୀ ପୂଜାରୀ ଏନେଇ ଝାରସୁଗୁଡ଼ା ଏସ୍ପିଙ୍କୁ ଜଣାଇଥିଲେ। ଏହା ପରେ ପୁଲିସ୍ ଶ୍ରୀ ପୂଜାରୀଙ୍କ ଭଡ଼ା ଘରେ ପହଞ୍ଚି ଭଙ୍ଗା ଡ୍ରୋନ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି I




