ମାର୍ଚ୍ଚ ୧୫ରୁ ଡ୍ରାଇଭର ସଂଘ ଧର୍ମଘଟ

ଭୁବନେଶ୍ୱର : ମାର୍ଚ୍ଚ ୧୫ରୁ ଧର୍ମଘଟ କରିବ ଡ୍ରାଇଭର ସଂଘ I ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖ ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି ରବିବାର ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ । ଏହି ଧର୍ମଘଟରେ ସାମିଲ ହେବେ ଏକତା ମହାମଞ୍ଚ ଅଧୀନରେ ଆସୁଥିବା ରାଜ୍ୟ ୫ ଡ୍ରାଇଭର ସଂଘ ଓ […]

Samaya Live Picture
Published On

ଭୁବନେଶ୍ୱର : ମାର୍ଚ୍ଚ ୧୫ରୁ ଧର୍ମଘଟ କରିବ ଡ୍ରାଇଭର ସଂଘ I ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖ ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି ରବିବାର ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ । ଏହି ଧର୍ମଘଟରେ ସାମିଲ ହେବେ ଏକତା ମହାମଞ୍ଚ ଅଧୀନରେ ଆସୁଥିବା ରାଜ୍ୟ ୫ ଡ୍ରାଇଭର ସଂଘ ଓ ମହାଂସଘ ।

ତେବେ ମହାମଞ୍ଚ ଅଭିଯୋଗ କରିଛି, ଡ୍ରାଇଭରଙ୍କ ସମସ୍ୟା ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଦୃ୍‌ଷ୍ଟି ଆକର୍ଷଣ କରିଛୁ । ଲିଖିତ ଅଭିଯୋଗ ମଧ୍ୟ କରିଛୁ । ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି । ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ପରେ ମଧ୍ୟ ମହାମଞ୍ଚ ନିରାଶ ହୋଇଛି । ଶେଷରେ ମହାସଂଘ ଏପରି ନିଷ୍ପତ୍ତି ନେଇଛି । ଡ୍ରାଇଭର ସଂଘର ଦାବି ପୂରଣ ନ ହେବା ଯାଏ ଧର୍ମଘଟକୁ ଓହ୍ଲାଇବ ନାହିଁ ବୋଲି ଡ଼୍ରାଇଭର ଏକତା ମହାମଞ୍ଚ ନିଷ୍ପତ୍ତି ନେଇଛି ବୋଲି ଓଡ଼ିଶା ମୋଟର ଚାଳକ ସଂଘ ରାଜ୍ୟ ସଭାପତି ଅକ୍ଷୟ କୁମାର ନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡ୍ରାଇମାନଙ୍କ ସମସ୍ୟା ନେଇ ସରକାରଙ୍କ ପାଖରେ ୬ ଦଫା ଦାବି ଉପସ୍ଥାପନ କରାଯାଇଛି ।

ହେଲେ ସରକାର ଆମ ଦାବି ପୂରଣ କରି ନାହାନ୍ତି । ତେଣୁ ଆମେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବୁ ବୋଲି ନିଷ୍ପତ୍ତି ନେଇଛୁ । ତେବେ ଏହି ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବେ ହେବ । ଆମ୍ବୁଲାନ୍ସ,ଫାୟାର ବ୍ରିଗେଡ, ସ୍କୁଲ ଏବଂ ନାମଲେଖା ପାଇଁ ଯାଉଥିବା ଗାଡିକୁ ବନ୍ଦ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ରାଜ୍ୟ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ ୧୪ ହଜାର ବସ ଚାଲୁଛି । ୬୦ ହଜାର ବସ କର୍ମଚାରୀ ଅଛନ୍ତି । ଆନ୍ଦୋଳନରେ ବସ କର୍ମଚାରୀମାନେ ସାମିଲ ହେବେ ନାହିଁ ବୋଲି କହିଛନ୍ତି। ବସ ଯାତ୍ରୀ ପରିବହନକୁ ବ୍ୟାହତ ନ କରିବା ପାଇଁ ଅନୁରୋଧ କରାଯାଇଛି। ଯାତ୍ରୀଙ୍କୁ ହଇରାଣ ନ କରିବା ପାଇଁ ସେମାନଙ୍କୁ ଅପିଲ କରାଯାଇଛି। ଏବେ ମାଟ୍ରିକ ପରୀକ୍ଷା ଚାଲିଛି। ଏପରି ନ କରିବାକୁ ଅନୁରୋଧ କରାଯାଇଛି। ବସ୍‌ ଚଳାଚଳକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ତଥା ପୋଲିସ ଡିଜିପିଙ୍କୁ ଆମେ ଲିଖିତ ଆକାରରେ ଅନୁରୋଧ ଜଣାଇଛୁ ବୋଲି କହିଛନ୍ତି ଏବଂ ୧୫ ତାରିଖରେ ଯାତ୍ରୀବାହୀ ବସ୍‌ ଚଳାଚଳ ହେଲେ ଯେମିତି କେହି ହଇରାଣ ନ କରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲୁ। ଯାତ୍ରୀବାହୀ ବସ୍ ଗୁଡ଼ିକୁ କୌଣସି ସ୍ଥାନରେ କେହି ଅଟକାଇବେ ନାହିଁ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।

Tags: