ଅସ୍ୱାସ୍ଥ୍ୟକର ପରିବେଶରେ କାମ କରୁଛନ୍ତି କାଜୁ ଶ୍ରମିକ

ବୋରିଗୁମ୍ମା : ବୋରିଗୁମ୍ମା ବ୍ଲକ ସମେତ ଜୟପୁର ଓ ନବରଙ୍ଗପୁର ଅଞ୍ଚଳରେ ଛତୁ ଫୁଟିଲା ଭଳି କାଜୁ ମିଲ୍‌ ରହିଛି । ସେହି କାଜୁ ମିଲ୍‌ମାନଙ୍କରେ କାମ କରୁଥିବା ମହିଳା ଓ ପୁରୁଷ ଶ୍ରମିକମାନଙ୍କ ଦୁର୍ଦ୍ଦଶା କହିଲେ ନ ସରେ । ସେମାନେ ପ୍ରଥମେ ଅସ୍ୱାସ୍ଥ୍ୟକର ପରିବେଶରେ କାମ କରିବା ସହ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତି କାଜୁ ମିଲ୍‌ରେ ପୁରୁଷ ଶ୍ରମିକମାନଙ୍କ ଅପେକ୍ଷା ମହିଳା ଶ୍ରମିକଙ୍କ ସଂଖ୍ୟା ଅଧିକ । କଞ୍ଚା କାଜୁକୁ ବଏଲ୍‌ […]

Samaya Live Picture
Published On

ବୋରିଗୁମ୍ମା : ବୋରିଗୁମ୍ମା ବ୍ଲକ ସମେତ ଜୟପୁର ଓ ନବରଙ୍ଗପୁର ଅଞ୍ଚଳରେ ଛତୁ ଫୁଟିଲା ଭଳି କାଜୁ ମିଲ୍‌ ରହିଛି । ସେହି କାଜୁ ମିଲ୍‌ମାନଙ୍କରେ କାମ କରୁଥିବା ମହିଳା ଓ ପୁରୁଷ ଶ୍ରମିକମାନଙ୍କ ଦୁର୍ଦ୍ଦଶା କହିଲେ ନ ସରେ । ସେମାନେ ପ୍ରଥମେ ଅସ୍ୱାସ୍ଥ୍ୟକର ପରିବେଶରେ କାମ କରିବା ସହ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅସ୍ୱାସ୍ଥ୍ୟକର ପରିବେଶରେ କାମ କରୁଛନ୍ତି କାଜୁ ଶ୍ରମିକ

ପ୍ରତି କାଜୁ ମିଲ୍‌ରେ ପୁରୁଷ ଶ୍ରମିକମାନଙ୍କ ଅପେକ୍ଷା ମହିଳା ଶ୍ରମିକଙ୍କ ସଂଖ୍ୟା ଅଧିକ । କଞ୍ଚା କାଜୁକୁ ବଏଲ୍‌ (ଫୁଟାଇବା) ପରେ ତାକୁ ଦୁଇ ଫାଳ କରାଯାଏ । ପରେ ସେହି କାଜୁକୁ ଫିନିସିଙ୍ଗ ପରେ ଖାଇବା ପାଇଁ ଉପଯୋଗୀ ହୋଇଥାଏ । ଏହି ସବୁ କାମ କେବଳ ମହିଳାମାନେ କରିଥାନ୍ତି ।

ମହିଳା ଶ୍ରମିକମାନେ ଏହି କାମ କରୁଥିବା ବେଳେ ସେମାନଙ୍କୁ ଗ୍ଲୋବସ ମାଲିକ ଦେଇ ନ ଥାଏ । ମିଲ୍‌ ପରିସର ଏପରି ଆବର୍ଜନାରେ ଭରପୁର ଥାଏ ଯେ ସେହି ପରିବେଶରେ ପଶୁ ମଧ୍ୟ ରହିପାରିବେ ନାହିଁ । ମିଲ୍‌ ପରିସର ଏକ ପ୍ରକାର ରାସାୟନିକ ବାଷ୍ପରେ ବାସ୍ନା ହେଉଥିବାର ଦେଖାଦେଇଛି । ଯାହା ପରିବେଶ ଓ ମନୁଷ୍ୟଙ୍କ ପାଇଁ ହାନିକାରକ ବା ବିଷ ହୋଇଥାଏ ।
ଅସ୍ୱାସ୍ଥ୍ୟକର ପରିବେଶରେ କାମ କରୁଛନ୍ତି କାଜୁ ଶ୍ରମିକ

ପ୍ରତେକ ଶ୍ରମିକ ଟିଟି ଇଂଜେକସନ ନେବାର ବିଧି ଥିବା ବେଳେ ମାଲିକ ଏହାକୁ ଗୁରୁତ୍ୱ ଦେଉ ନାହିଁ । ମହିଳା ଶ୍ରମିକମାନେ ଦୈନନ୍ଦିନ ମଜୁରି ଦୁଇ ଶହ ଟଙ୍କାରୁ ଉର୍ଦ୍ଧ୍ୱ ରହିଥିବା ବେଳେ କାଜୁ ମିଲ୍‌ ମାଲିକମାନେ ମହିଳା ଶ୍ରମିକମାନଙ୍କୁ ଶହେରୁ ଦେଢ଼ଶହ ଟଙ୍କା ମାତ୍ର ପ୍ରଦାନ କରିଥାନ୍ତି ।

ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସେହିପରି ନିରାପତ୍ତା ବ୍ୟବସ୍ଥା କୌଣସି କାଜୁ ମିଲ୍‌ରେ ନାହିଁ । ବୋରିଗୁମ୍ମା , ଜୟପୁର ଓ ନବରଙ୍ଗପୁର ଅଞ୍ଚଳରେ ପ୍ରାୟ ତିରିଶି ରୁ ଉର୍ଦ୍ଧ୍ୱ କାଜୁ ମିଲ୍‌ ରହିଛି । କୌଣସି କାଜୁ ମିଲ ମାଲିକ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି । ଗ୍ରମାଞ୍ଚଳର ଗରୀବ ଆଦିବାସୀ ଓ ହରିଜନ ମହିଳା ଏବଂ ପୁରୁଷମାନଙ୍କୁ କାମରେ ନିୟୋଜିତ କରି ମାଲିକମାନେ ଫାଇଦା ମାରୁଛନ୍ତି ।

ଅସ୍ୱାସ୍ଥ୍ୟକର ପରିବେଶରେ କାମ କରୁଛନ୍ତି କାଜୁ ଶ୍ରମିକ

କଞ୍ଚା କାଜୁ କମ ଦାମରେ କିଣି ପରେ ଏହାକୁ ଅତି ଚଢ଼ା ଦରରେ ବିକ୍ରି କରନ୍ତି । ପ୍ରଶାସନ କେବଳ ସବୁ ଠିକ ଠାକ ଚାଲିଛି ବୋଲି କହୁଥିଲେ ହେଁ ଅନେକ ସମୟ ରେ ଶିଶୁ ଶ୍ରମିକମାନଙ୍କୁ କାଜୁ ମିଲ୍‌ରୁ ଉଦ୍ଧାର କରାଯାଇଛି ।

ଅସ୍ୱାସ୍ଥ୍ୟକର ପରିବେଶରେ କାମ କରୁଛନ୍ତି କାଜୁ ଶ୍ରମିକ

୧୪ବର୍ଷରୁ କମ ବୟସର ଝିଅମାନେ କାଜୁ ମିଲରେ କାମ କରୁଥିବା ଅଭିଯୋଗ ହେଉଛି । ଗ୍ରାମାଞ୍ଚଳର ଗରୀବ ମହିଳାଙ୍କୁ କାଜୁ ମିଲ୍‌ରେ କାମ କରାଇ କାଜୁ ମିଲ ମାଲିକ ମାନେ ବେଶ ଲାଭବାନ ହେଉଛନ୍ତି ।

ଅନ୍ୟ ପକ୍ଷରେ, ଆଜି ଗୋଟିଏ କାଜୁ ମିଲ୍‌ ଥିବା ମାଲିକ ଆସନ୍ତା କାଲି ଦୁଇଟି ମିଲ୍‌ର ମାଲିକ ହେଉଛନ୍ତି । ବହୁ ମହିଳା ଓ ପୁରୁଷ ଶ୍ରମିକ ବିନା ପଞ୍ଜିକରଣରେ କାଜୁ ମିଲ୍‌ରେ କାମ କରୁଥିବା ଅଭିଯୋଗ ହେଉଛି । ବହୁ ସମୟରେ କାଜୁ ମିଲ୍‌ରେ ଆକସ୍ମିକ ଦୁର୍ଘଟଣା ଘଟି ଶ୍ରମିକମାନଙ୍କ ମୃତୁ୍ୟ ହେଉଥିବା ଦେଖାଦେଇଛି ।

ଅସ୍ୱାସ୍ଥ୍ୟକର ପରିବେଶରେ କାମ କରୁଛନ୍ତି କାଜୁ ଶ୍ରମିକ

ଶ୍ରମିକମାନଙ୍କ ପାଇଁ ବୀମାର ବ୍ୟବସ୍ଥା ମାଲିକମାନେ କରୁନାହାନ୍ତି । ଶ୍ରମ ବିଭାଗ ନାମକୁ ମାତ୍ର ରହିଛି । କିଛି ଶ୍ରମିକ ପଞ୍ଜିକୃତ ହୋଇଥିବା ବେଳେ ଅନ୍ୟ ଶ୍ରମିକମାନେ ବିନା ପଞ୍ଜିକରଣରେ କାମ କରୁଛନ୍ତି । ଜିଲ୍ଲା ପ୍ରଶାସନ ଶ୍ରମିକମାନଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।