ତୁଟୁନାହିଁ ଉଠା ଦୋକାନୀ ବିବାଦ,ଆଜିଠାରୁ ଅନିର୍ଦିଷ୍ଟକାଳ ଯାଏଁ ମାର୍କେଟ ବିଲଡିଂ ବନ୍ଦ

ଭୁବନେଶ୍ୱର : ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ବିବାଦ ପହଂଚିଛି ଚରମ ସୀମାରେ I ବିବାଦ ନ ତୁଟିବାରୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ମାର୍କେଟ ବିଲ୍ଡିଂ । ଧାରଣାରେ ବସିବେ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଆଜିଠୁ ୧୬୫ ବ୍ୟବସାୟୀ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇ ନ ଥିବାରୁ ମାର୍କେଟ ସମେତ ମେୟର୍‌ […]

Samaya Live Picture
Published On

ଭୁବନେଶ୍ୱର : ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ବିବାଦ ପହଂଚିଛି ଚରମ ସୀମାରେ I ବିବାଦ ନ ତୁଟିବାରୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ମାର୍କେଟ ବିଲ୍ଡିଂ । ଧାରଣାରେ ବସିବେ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଆଜିଠୁ ୧୬୫ ବ୍ୟବସାୟୀ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇ ନ ଥିବାରୁ ମାର୍କେଟ ସମେତ ମେୟର୍‌ ଓ କମିଶନରଙ୍କ ଘର ଆଗରେ ଧାରଣା ଦେବେ ।

ସମସ୍ୟା ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା । ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀମାନଙ୍କୁ ବିଏମସି ଉଠାଇପାରିନଥିବାରୁ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ବ୍ୟବସାୟୀ ସଂଘ । ମସସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ବିଏମସିର ଅଧିକାରୀଙ୍କ ସମ୍ପକ୍ତି ଯୋଗୁଁ ବେଆଇନ ଭାବେ ଏଠାରେ ଉଠାଦୋକାନୀମାନେ ବସୁଥିବା ସଂଘ ଅଭିଯୋଗ କରିଛନ୍ତି ଦୋକାନୀଙ୍କ ବିବାଦର ସମାଧାନ ନ ହେବାରୁ ମାର୍କେଟ୍‌ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ।

ସୂଚନାନୁସାରେ, ଭୁବନେଶ୍ୱରରେ ବିଭିନ୍ନ ଘର ଉପକରଣ ହେଉ କିମ୍ବା ପୋଷାକ ପତ୍ର ଇତ୍ୟାଦି ଜିନିଷ କମ୍ ମୂଲ୍ୟରେ ପାଇବାକୁ ହେଲେ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି ୟୁନିଟ-୨ ମାର୍କେଟ ବିଲ୍ଡିଂ । ମାର୍କେଟ ବିଲ୍ଡିଂ ଏବେ ପ୍ରାୟ ୨୦୦ ଉଠାଦୋକାନୀ ନିଜ ବେପାର କରୁଛନ୍ତି । ୨ଶହ ଦେକାନୀ ବସିଯିବା ପରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ହେଉଛି । ଏହା ସହିତ ଏଠାରେ ଅନେକ ବୁଲା ବିକାଳୀଙ୍କ ଅନଧିକୃତ ପ୍ରବେଶକୁ ନେଇ ସ୍ଥାୟୀ ଦୋକାନ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କେବଳ ଏତିକି ନୁହେଁ ଉଠାଦୋକାନୀ ଆବର୍ଜନା ଫିଙ୍ଗୁଥିବା ବେଳେ ସ୍ଥାୟୀ ଦୋକାନୀ କିନ୍ତୁ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛନ୍ତି । ଏଣୁ ଉଠା ଦୋକାନୀଙ୍କୁ ହଟାଇବାକୁ ସଂଘ ଦାବି କରିଛି ।

Tags: