ଆରମ୍ଭ ହେଲା ଡିଜିପି-ଆଇଜିପି ସମ୍ମିଳନୀ ,ଉଦ୍ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର : ଶୁକ୍ରବାର ଭୁବନେଶ୍ୱର ଲୋକସେବା ଭବନରେ ଡିଜିପି-ଆଇଜିପି ସମ୍ମିଳନୀ ଆରମ୍ଭ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ସମ୍ମିଳନୀରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରୟ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଛନ୍ତି । ବିଭିନ୍ନ ରାଜ୍ୟର ଡିଜିପି ଓ ଆଇଜି ରାଙ୍କର ଅଧିକାରୀ ଉପସ୍ଥିତ ଅଛନ୍ତି । ଏହି ୩ ଦିନିଆ ସମ୍ମିଳନୀରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସମେତ ୩୦ ପ୍ରସଙ୍ଗରେ ହେବ ଆଲୋଚନା […]
ଭୁବନେଶ୍ୱର : ଶୁକ୍ରବାର ଭୁବନେଶ୍ୱର ଲୋକସେବା ଭବନରେ ଡିଜିପି-ଆଇଜିପି ସମ୍ମିଳନୀ ଆରମ୍ଭ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ସମ୍ମିଳନୀରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରୟ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଛନ୍ତି । ବିଭିନ୍ନ ରାଜ୍ୟର ଡିଜିପି ଓ ଆଇଜି ରାଙ୍କର ଅଧିକାରୀ ଉପସ୍ଥିତ ଅଛନ୍ତି । ଏହି ୩ ଦିନିଆ ସମ୍ମିଳନୀରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସମେତ ୩୦ ପ୍ରସଙ୍ଗରେ ହେବ ଆଲୋଚନା । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ସମ୍ମିଳନୀରେ ବିଚାରବିମର୍ଶ ହେବ।
ଆଜିଠୁ ଭୁବନେଶ୍ୱରରେ ୫୯ତମ ସର୍ବଭାରତୀୟ ପୁଲିସ ଡିଜି-ଆଇଜି ସମ୍ମିଳନୀ ଆୟୋଜିତ ହେଉଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏହା ଆୟୋଜିତ ହେଉଛି। ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଏହି ସମ୍ମିଳନୀରେ ଚର୍ଚ୍ଚା ଓ ଆଲୋଚନା ହେବ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟର ଡିଜିପି, ଆଇଜିପି ଓ ବିଭିନ୍ନ ସୁରକ୍ଷା ବଳର ମୁଖ୍ୟ ଯୋଗ ଦେଉଛନ୍ତି।




