ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ମାଓବାଦୀଙ୍କୁ ଆହ୍ୱାନ ଦେଲେ ଡିଜିପି

ମାଲକାନଗିରି : ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ମାଓବାଦୀ । ଆଜି ମାଲକାନଗିରିରେ ଏକ ପ୍ରେସମିଟ କରି ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ଡିଜିପି ୱାଇ ବି ଖୁରାନିଆ । ମାଓ- ସୁରକ୍ଷା ବଳ ମୁହାଁମୁହିଁରେ ଜଣେ ଯବାନ ଆହତ ହୋଇଥିବା ବେଳେ ଜଣେ ମାଓବାଦୀ ନିହତ ହୋଇଛନ୍ତି । ପ୍ରେସ ମିଟରେ ଡିଜିପି କହିଛନ୍ତି ଏହି ଅପରେସନରେ ସୁରକ୍ଷାବଳକୁ ବହୁ ସଫଳତା ମିଳିଛି । ଅପରେସନରୁ ଅନେକ ମାଓ ସାମଗ୍ରୀ ଜବତ […]

Samaya Live Picture
Published On

ମାଲକାନଗିରି : ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ମାଓବାଦୀ । ଆଜି ମାଲକାନଗିରିରେ ଏକ ପ୍ରେସମିଟ କରି ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ଡିଜିପି ୱାଇ ବି ଖୁରାନିଆ । ମାଓ- ସୁରକ୍ଷା ବଳ ମୁହାଁମୁହିଁରେ ଜଣେ ଯବାନ ଆହତ ହୋଇଥିବା ବେଳେ ଜଣେ ମାଓବାଦୀ ନିହତ ହୋଇଛନ୍ତି । ପ୍ରେସ ମିଟରେ ଡିଜିପି କହିଛନ୍ତି ଏହି ଅପରେସନରେ ସୁରକ୍ଷାବଳକୁ ବହୁ ସଫଳତା ମିଳିଛି । ଅପରେସନରୁ ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ୨୬ଟି ବ୍ୟାଗ ସହ ବହୁ ଗୋଳାବାରୁଦ ଜବତ ହୋଇଛି ବୋଲି ସୂଚନା ଦେଇଛନ୍ତି ଡିଜିପି ୱାଇ ବି ଖୁରାନିଆ ।

ପ୍ରେସମିଟରେ ଡିଜିପି ସୂଚନା ଦେଇ କହିଛନ୍ତି ସୁରକ୍ଷା ବଳ ସତର୍କ ରହିଛି । ମାଓବାଦୀ ମାନେ ମଧ୍ୟ ଏସମ୍ପର୍କରେ ଅବଗତ ଅଛନ୍ତି । ଏହା ବ୍ୟତୀତ ସୁରକ୍ଷାବଳଙ୍କ ଅଭିଯାନ ପାଇଁ ଧୀରେ ଧୀରେ ମାଓ ଆକ୍ଟିଭିଟିରେ ହ୍ରାସ ଘଟିଛି । ମାଓବାଦୀ ଯେତେ ଯାହା କଲେ ମଧ୍ୟ ଆମ ସୁରକ୍ଷା ବଳର ବିଭିନ୍ନ ବିଭାଗର ଯବାନଙ୍କ ନଜର ସେମାନଙ୍କ ଉପରେ ରହିଛି । ସେମାନଙ୍କୁ ଓଡିଶା ଭିତରୁ ପଶିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ଡିଜିପି ଖୁରାନିଆ ।

ଏଥିସହ ମାଓବାଦୀଙ୍କୁ ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି । ଏବେ ସରକାର ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ମୁଖ୍ୟ ଧାରାରେ ସାମିଲ କରିବାକୁ ସେମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ତେଣୁ ମାଓବାଦୀମାନେ ଏହି ହିଂସାକୁ ଛାଡି ଦିଅନ୍ତୁ ।

ସୂଚନାନୁସାରେ,ଏମଭି-୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ଗାଁ ନିକଟସ୍ଥ ଜଙ୍ଗଲରେ ଛତିଶଗଡରୁ କିଛି ମାଓବାଦୀ ଲୁଚି ଆସି ରହିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ପୋଲିସକୁ ସୂଚନା ମିଳିଥିଲା । ଏହା ପରେ ଏସଓଜି ଓ ଡିଭିଏଫ ବାହିନୀ ତରଫରୁ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥଲେ। ବୁଧବାର ବିଳମ୍ବିତ ରାତିରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ସାମ୍ନା ସାମ୍ନି ହେବା ସହ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେହିପରି ଜଣେ ଡିଭିଏଫ ଯବାନ ଆହତ ହୋଇଥିବା ବେଳେ ତାଙ୍କ ନାମ ଡମ୍ବୁରୁ ବଡ଼ ନାୟକ ବୋଲି ଜଣାପଡ଼ିଛି। ଏହା ସହ ଦୁଇଜଣ ମାଓବାଦୀ ଯବାନଙ୍କ ଦ୍ଵାରା ଗିରଫ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରହିଛି I

Tags: