ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ
ଭୂବନେଶ୍ୱର : ବରଗଡ଼ କେଶୁରା ଗାଁରେ ଯୁବକଙ୍କ ଅଭାବନୀୟ କାଣ୍ଡ I ଦିନ ଦ୍ବିପହରେ ପେଟ୍ରୋଲଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ଯୁବକ I ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାନୁସାରେ,ବଡ଼ଗଡ଼ ଥାନା ଅନ୍ତର୍ଗତ କେସୁରା ଗାଁର ଲକ୍ଷ୍ମଣ ପ୍ରଧାନ ପାରିବାରିକ କଳହ ଯୋଗୁ ମଙ୍ଗଳବାର ଦିନ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ […]
ଭୂବନେଶ୍ୱର : ବରଗଡ଼ କେଶୁରା ଗାଁରେ ଯୁବକଙ୍କ ଅଭାବନୀୟ କାଣ୍ଡ I ଦିନ ଦ୍ବିପହରେ ପେଟ୍ରୋଲଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ଯୁବକ I ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନାନୁସାରେ,ବଡ଼ଗଡ଼ ଥାନା ଅନ୍ତର୍ଗତ କେସୁରା ଗାଁର ଲକ୍ଷ୍ମଣ ପ୍ରଧାନ ପାରିବାରିକ କଳହ ଯୋଗୁ ମଙ୍ଗଳବାର ଦିନ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ଲକ୍ଷ୍ମଣ ଅଟୋ ଚଳାନ୍ତି ହେଲେ ରାତି ହେଲେ ସାଙ୍ଗମାନଙ୍କ ପିଛାରେ ଲକ୍ଷାଧିକ ଟଙ୍କା ଉଡ଼ାଉଥିଲେ। କିଛି ଦିନ ତଳେ ନିଜ ଶ୍ବଶୁର ଘର ଜମିବିକି ୩୨ ଲକ୍ଷ ଟଙ୍କା ଧାରରେ ଆଣିଥିଲେ ଲକ୍ଷ୍ମଣ । ଏହାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହୁଥିଲା ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡିଛି Iଏହି ଘଟଣାରେ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ବରଗଡ଼ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି I




