ପରିସଲ ଛକରେ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା,ପାଣ୍ଡିଆନଙ୍କୁ ଟାର୍ଗେଟ କଲା କଂଗ୍ରେସ
ଭୁବନେଶ୍ୱର : ପାଣ୍ଡିଆନଙ୍କ ସୁରକ୍ଷା କର୍ମୀଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ I ମୃତ ବ୍ୟକ୍ତି ହେଲେ ସରସ ଆନନ୍ଦ (୫୫) । ଘଟଣାରେ ଆଜି ଏକ ପ୍ରେସମିଟ କରି ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛି କଂଗ୍ରେସ I କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରେସମିଟ ରେ କହିଛନ୍ତି ଏହି ଘଟଣାରେ ହିଟ ଆଣ୍ଡ ରନ୍ ମାମଲା ଲାଗୁ ହେବ ଦରକାର I ଏହାସହ ମୃତକଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦେବାକୁ […]
ଭୁବନେଶ୍ୱର : ପାଣ୍ଡିଆନଙ୍କ ସୁରକ୍ଷା କର୍ମୀଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ I ମୃତ ବ୍ୟକ୍ତି ହେଲେ ସରସ ଆନନ୍ଦ (୫୫) । ଘଟଣାରେ ଆଜି ଏକ ପ୍ରେସମିଟ କରି ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛି କଂଗ୍ରେସ I କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରେସମିଟ ରେ କହିଛନ୍ତି ଏହି ଘଟଣାରେ ହିଟ ଆଣ୍ଡ ରନ୍ ମାମଲା ଲାଗୁ ହେବ ଦରକାର I ଏହାସହ ମୃତକଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦେବାକୁ କଂଗ୍ରେସ ଦାବି କରିଛି । କିନ୍ତୁ ବର୍ତ୍ତମାନ ଯାଏଁ ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ କିମ୍ବା ପାଣ୍ଡିଆଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I ଗତକାଲି ଗଜପତି ଜିଲ୍ଲା ରାମଗିରି ଉଦୟଗିରିରେ ଏହି ଅଭାବନୀୟ ଘଟଣା ଘାଟିଥିଲା ।
ସୂଚନା ଅନୁସାରେ ଗତକାଲି ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନଙ୍କର ପାରଳାଖେମୁଣ୍ଡି ଠାରେ ଆୟୋଜିତ ‘ନୂଆ-ଓ’ ଏବଂ ରାମଗିରି ଏବଂ ଗଜପତି ଜିଲ୍ଲାରେ କାର୍ଯ୍ୟକ୍ରମ ଥିଲା I ଏହି ସମୟରେ ଶ୍ରୀ ପାଣ୍ଡିଆନଙ୍କ ହେଲିକପ୍ଟର ଦେଖିବା ପାଇଁ ସରସ ଆନ୍ଦ ରାମଗିରି ଯାଇଥିଲେ। କାର୍ଯ୍ୟକ୍ରମ ପରେ ପାଣ୍ଡିଆନ୍ ଫେରିଯାଇଥିଲେ। ସୁରକ୍ଷା ଗାଡିଗୁଡ଼ିକ ମଧ୍ୟ ନିଜନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା। ତେବେ ସୁରକ୍ଷା ଗାଡ଼ି ଫେରିବା ସମୟରେ ପରିସଲ ଠାରେ ଏକ ଦୁର୍ଘଟଣା ଘଟିଥିଲା। ପାଣ୍ଡିଆନଙ୍କ ସୁରକ୍ଷା କର୍ମୀଙ୍କ ଗାଡ଼ି ଧକ୍କାରେ ବାଇକ ଆରୋହୀ ସରସ ଆନନ୍ଦ ଗୁରୁତର ହୋଇଥିଲେ I ଗୁରୁତର ଅବସ୍ଥାରେ ତାଙ୍କୁ ଆର.ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ବର୍ତ୍ତମାନସୁଦ୍ଧା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I




