ହଂସପାଳ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଗାଧୋଇବାବେଳେ କେନାଲରେ ଭାସିଗଲେ ଯୁବକ ଇ ହଂସପାଳ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି I ମୃତ ଯୁବକଙ୍କ ନାଁ ସୌମ୍ୟରଂଜନ ଦାସ I ଘର ଜଗତସିଂପୁର ଅଞ୍ଚଳରେ ବୋଲି ଜଣା ପଡିଛି I ଗତକାଲି ସେ କେନାଲରେ ଗାଧୋଇବାବେଳେ ଭାସି ଯାଇଥିଲେ I ଅଗ୍ନିଶମ ବାହିନୀ ଆଜି ତାଙ୍କ ମୃତଦେହ ଉଦ୍ଧାର କରିଛି I ଗୁରୁବାର ଦିନ ସୌମ୍ୟରଂଜନ କେନାଲରେ ଗାଧୋଇବାବେଳେ ଭାସିଯାଇଥିଲେ I ତେବେ ତାଙ୍କୁ ଅନେକ ସମୟ ଧରି ଖୋଜାଖୋଜି […]

Samaya Live Picture
Published On

ଭୁବନେଶ୍ୱର : ଗାଧୋଇବାବେଳେ କେନାଲରେ ଭାସିଗଲେ ଯୁବକ ଇ ହଂସପାଳ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି I ମୃତ ଯୁବକଙ୍କ ନାଁ ସୌମ୍ୟରଂଜନ ଦାସ I ଘର ଜଗତସିଂପୁର ଅଞ୍ଚଳରେ ବୋଲି ଜଣା ପଡିଛି I ଗତକାଲି ସେ କେନାଲରେ ଗାଧୋଇବାବେଳେ ଭାସି ଯାଇଥିଲେ I ଅଗ୍ନିଶମ ବାହିନୀ ଆଜି ତାଙ୍କ ମୃତଦେହ ଉଦ୍ଧାର କରିଛି I

ଗୁରୁବାର ଦିନ ସୌମ୍ୟରଂଜନ କେନାଲରେ ଗାଧୋଇବାବେଳେ ଭାସିଯାଇଥିଲେ I ତେବେ ତାଙ୍କୁ ଅନେକ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ମିଳିପାରି ନଥିଲା I ଆଜି ସକାଳେ ଅଗ୍ନିଶମ ବାହିନୀ ସୌମ୍ୟରଞ୍ଜନଙ୍କ ମୁତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି I

Tags: