ବ୍ରାହ୍ମଣୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ
କେନ୍ଦ୍ରାପଡା : ବ୍ରାହ୍ମଣୀ ନଦୀରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ଗତକାଲି ପଟ୍ଟାମୁଣ୍ଡାଇ ଥାନା ଅଳପୁଆଡିଆ ଗାଁରେ ଜଣେ ମହିଳା ମଞ୍ଜୁଲତା ଭଞ୍ଜ ନଦୀକୁ ବାସନ ମାଜିବାକୁ ଯାଇ ଆଉ ଫେରି ନଥିଲେ । ବହୁ ସମୟ ଯାଏଁ ମଞ୍ଜୁଲତା ନ ଫେରିବାରୁ ଘର ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ନଦୀ କୂଳକୁ ଯାଇ ଦେଖିଲେ ଯେ ସେ ଆଣିଥିବା ବାଲ୍ଟି ଲୁଗା ଚପଲ ନଦୀ କୂଳରେ ପଡ଼ିରହିଛି । କିନ୍ତୁ ମହିଳାଙ୍କର କୌଣସି […]
କେନ୍ଦ୍ରାପଡା : ବ୍ରାହ୍ମଣୀ ନଦୀରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ଗତକାଲି ପଟ୍ଟାମୁଣ୍ଡାଇ ଥାନା ଅଳପୁଆଡିଆ ଗାଁରେ ଜଣେ ମହିଳା ମଞ୍ଜୁଲତା ଭଞ୍ଜ ନଦୀକୁ ବାସନ ମାଜିବାକୁ ଯାଇ ଆଉ ଫେରି ନଥିଲେ । ବହୁ ସମୟ ଯାଏଁ ମଞ୍ଜୁଲତା ନ ଫେରିବାରୁ ଘର ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ନଦୀ କୂଳକୁ ଯାଇ ଦେଖିଲେ ଯେ ସେ ଆଣିଥିବା ବାଲ୍ଟି ଲୁଗା ଚପଲ ନଦୀ କୂଳରେ ପଡ଼ିରହିଛି । କିନ୍ତୁ ମହିଳାଙ୍କର କୌଣସି ଖୋଜ ଖବର ନଥିଲା। ତେଣୁ ମଞ୍ଜୁଙ୍କୁ କୁମ୍ଭୀର ନେଇ ଯାଇଥିବା ସନ୍ଦେହ କରାଯାଉଛି। ଗତକାଲି ରାତି ତମାମ ଅଗ୍ନିଶମ ବାହିନୀ, ପୋଲିସ ପହଞ୍ଚି ଖୋଜାଖୋଜି କରିଥିଲେ ବି ମହିଳାଙ୍କ ପତ୍ତା ମିଳିପାରି ନଥିଲା । ଆଜି ସକାଳେ ମଞ୍ଜୁଲତାଙ୍କ କ୍ଷତବିକ୍ଷତ ମୃତଦେ ନଦୀରୁ ଉଦ୍ଧାର କରାଯାଇଛି।




