ଜନ୍ମ ମାଟିକୁ ଫେରିଲା ସହିଦଙ୍କ ମର ଶରୀର
କେନ୍ଦୁଝର : କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଶୋକାକୂଳ ପରିବେଶ । ଜନ୍ମ ମାଟିକୁ ଫେରିଛି ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମରଶରୀର । ଆଜି ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ରାତି ୨ଟା ଗାଁରେ ପହଞ୍ଚିଥିଲା ମରଶରରୀର । ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲାର ହାତିବୁରୁ ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ ବେଳେ ସହିଦ ହୋଇଥିଲେ ସୁଶାନ୍ତ । ଗତକାଲି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପିରେ ଯବାନମାନେ କମ୍ବିଂ […]
କେନ୍ଦୁଝର : କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଶୋକାକୂଳ ପରିବେଶ । ଜନ୍ମ ମାଟିକୁ ଫେରିଛି ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମରଶରୀର । ଆଜି ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ରାତି ୨ଟା ଗାଁରେ ପହଞ୍ଚିଥିଲା ମରଶରରୀର । ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲାର ହାତିବୁରୁ ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ ବେଳେ ସହିଦ ହୋଇଥିଲେ ସୁଶାନ୍ତ ।
ଗତକାଲି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପିରେ ଯବାନମାନେ କମ୍ବିଂ ସାରି ଫେରୁଥିବା ସମୟରେ ନକ୍ସଲମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ। ଗୁଳିମାଡର ଜବାବ ଦେବାକୁ ଯାଇ ପାଲଟା ଗୁଳି ମାଡ କରିଥିଲେ ଯବାନ । କିଛି ସମୟ ଗୁଳି ବିନିମୟ ପରେ ଦୁଇ ଯବାନ, ସୁଶାନ୍ତ କୁମାର ଖୁଂଟିଆ ଓ ମୁନ୍ନା ଯାଦବ ଗୁରୁତର ହୋଇପଡିଥିଲେ । ତାପରେ ଉଭୟଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ରାଞ୍ଚି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତ ଆଖି ବୁଝିଛନ୍ତି ।
ସୁଶାନ୍ତଙ୍କ ପାର୍ଥିବ ଶରୀର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପହଞ୍ଚିବା ପରେ ବିଶାଳ ଶୋଭାଯାତ୍ରରେ ନିଜ ଗାଁକୁ ନିଆଯାଇଥିଲା। ସେଠାରେ ବୀର ଯବାନ ସୁଶାନ୍ତଙ୍କ ଶେଷ ଦର୍ଶନ କରିଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ।
ସୁଶାନ୍ତଙ୍କ ଘର କେଂଦୁଝର ଜିଲ୍ଲାର ଆନନ୍ଦପୁର ପୌରପାଳିକାର ୪ ନଂ ୱାର୍ଡରେ । ସେ ୨୦୧୧ ମସିହାରୁ ସିଆରପିଏଫ୍ ଯବାନ୍ ଭାବେ ନିଯୁକ୍ତି ପାଇଥିଲେ। ଗତ ଜୁନ ୨୫ରେ ବିବାହ କରିଥିଲେ ସୁଶାନ୍ତ । ତାଙ୍କ ପତ୍ନୀ ତେଲକୋଇରେ ରହନ୍ତି I ଦୁଇ ବର୍ଷ ତଳେ ସୁଶାନ୍ତଙ୍କ ବାପା ଆତୁଳ ଖୁଣ୍ଟିଆ ଆଖିବୁଜିଥିଲେ। ଏହାପରେ ସୁଶାନ୍ତଙ୍କ ୨ ବଡ଼ ଭାଇ ମଧ୍ୟ ଆଜି ପଛ ହୋଇ ଆଖି ବୁଜିଥିବାବେଳେ ସୁଶାନ୍ତ ଥିଲେ ଘରର ଏକମାତ୍ର ସାହାରା I ଅନ୍ୟପଟେ ସୁଶାନ୍ତଙ୍କ ମା’ ପୂର୍ବରୁ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି I ତାଙ୍କ ପାଖରେ ତାଙ୍କର ସୁଶାନ୍ତଙ୍କ ଭଉଣୀ ରହିଛନ୍ତି I
ଏପରି ସମୟରେ ସୁଶାନ୍ତଙ୍କ ଦେହାନ୍ତ ଖବର ଶୁଣି କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ପରିବେଶ । ବିଡମ୍ବନାର କଥା ମାତ୍ର ୨ ବର୍ଷ ମଧ୍ୟରେ ସୁଶାନ୍ତଙ୍କ ପରିବାର ପୁରା ପୁରୁଷ ଶୂନ୍ୟ ହୋଇଯାଇଛି I ଏଭଳି ଘଟଣାରେ ହାତବାକ ହୋଇଯାଇଛନ୍ତି ଗ୍ରାମବାସୀ,ବନ୍ଧୁ ପରିଜନ I




