ବିଜେଡି ବିଧାୟକଙ୍କ ବିରୋଧରେ ବୋହୂ ଆଣିଲେ ନିର୍ଯାତନା ଅଭିଯୋଗ

କେନ୍ଦ୍ରାପଡା : ପୁଣି ସାମ୍ନାକୁ ଆସିଲା ଆଉ ଏକ ବଧୂ ନିର୍ଯାତନା ଘଟଣା I ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଆସିଛି ଏକ ସଂଗୀନ ଅଭିଯୋଗ । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ବୋହୂ ଏହି ଅଭିଯୋଗ ଆଣିଥିବା ଜଣାପଡ଼ିଛି । ଶଶୀଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କ ନାଁରେ ଯୌତୁକ ନିର୍ଯାତନା ନେଇ ବାଙ୍କୀ ଥାନାରେ ଅଭିଯୋଗ କରିଛନ୍ତି ବୋହୂ ରୋନାଲି। ରୋନାଲିଙ୍କ ଅଭିଯୋଗ ମୁତାବକ, ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା […]

Samaya Live Picture
Published On

କେନ୍ଦ୍ରାପଡା : ପୁଣି ସାମ୍ନାକୁ ଆସିଲା ଆଉ ଏକ ବଧୂ ନିର୍ଯାତନା ଘଟଣା I ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଆସିଛି ଏକ ସଂଗୀନ ଅଭିଯୋଗ । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ବୋହୂ ଏହି ଅଭିଯୋଗ ଆଣିଥିବା ଜଣାପଡ଼ିଛି । ଶଶୀଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କ ନାଁରେ ଯୌତୁକ ନିର୍ଯାତନା ନେଇ ବାଙ୍କୀ ଥାନାରେ ଅଭିଯୋଗ କରିଛନ୍ତି ବୋହୂ ରୋନାଲି।

ରୋନାଲିଙ୍କ ଅଭିଯୋଗ ମୁତାବକ, ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିିଛନ୍ତି । ତାଙ୍କ ବାପା ଜଣେ ଅବସର ପ୍ରାପ୍ତ ବିଚାରପତି I ବିବାହ ପରେ ୪୦ ଲକ୍ଷ ଟଙ୍କାର ଯୌତୁକ ମାଗିଥିଲେ ଶଶୁର ଘର ଲୋକେ। ଏହା ପରେ ବଢି ଚାଲିଥିଲା ମାନସିକ ନିର୍ଯ୍ୟାତନା Iଏହା ସହିତ ତାଙ୍କ ସ୍ୱାମୀ ସତ୍ୟପ୍ରକାଶଙ୍କର ଜଣେ ବିବାହିତI ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି । ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୂର ଶଶି ବେହେରା ଚୁପ ରହୁଛନ୍ତି। ଏନେଇ ସେ ଶଶୁରଙ୍କୁ ଜଣାଇବା ପରେ ସେ ପୁଅକୁ ନ ବୁଝାଇ ଓଲଟା ତାଙ୍କୁ ଗାଳି ଗୁଲଜ କରିଛନ୍ତି । ଦିନକୁ ଦିନ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଅସହ୍ୟ ହେବାରୁ ସେ ୨୦୨୧ ଜୁଲାଇ ୩୧ରେ ନିଜ ବାପଘରକୁ ଚାଲିଆସିଥିଲେ । ୧୫ଦିନ ପରେ ଘରକୁ ନେବା ପାଇଁ କହିଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି। ଏଣୁ ସ୍ୱାମୀ, ଶାଶୁ ଓ ଶଶୁରଙ୍କ ସମେତ ୫ ଜଣଙ୍କ ନାରେ ଅଭିଯୋଗ କରିଛନ୍ତି ରୋନାଲି।

ସେପଟେ ବୋହୂଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଶଶୀଭୂଷଣ ବେହେରା। କହିଛନ୍ତି, ଅଭିଯୋଗ ଭିତ୍ତିହୀନ। ବିବାଦର ସମାଧାନ ପାଇଁ ଉଦ୍ୟମ ଚାଲିଛି । ଦୁଇବର୍ଷ ହେଲା ବୋହୂ ଆମ ଘରେ ନାହିଁ । ଯୌତୁକ ନିର୍ଯାତନା ଅଭିଯୋଗର ପ୍ରାସଙ୍ଗିକତା ନାହିଁ । ମନ୍ତ୍ରିମଣ୍ଡଳ ପ୍ରସଙ୍ଗ ଚର୍ଚ୍ଚାରେ ଥିବାରୁ ଏହା ବିରୋଧୀଙ୍କ ଏକ ଷଡଯନ୍ତ୍ର । ମୁଁ ସାଧାରଣ ଜୀବନରେ ଅଛି, ଯୌତୁକ ନିର୍ଯାତନାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ବିଧାୟକ ଶଶି ବେହେରା ।

Tags: