ନିର୍ଦ୍ଦୟୀ ବୋହୂ,ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ କେନାଲକୁ ଠେଲିଦେଲା

ବୁର୍ଲା : ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ କେନାଲକୁ ଠେଲିଦେଲା ବୋହୂ I ସ୍ୱାମୀଙ୍କୁ କବାଟ କିଳି ଶାଶୁଙ୍କୁ ପାଣି ଭିତରକୁ ଫୋପାଡ଼ି ଦେଇଥିଲା I ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁରରେ I ବୁର୍ଲା ପୁଲିସ ବୋହୂ ସବିତା ଭୁଏଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଶାଶୁ ଲୟ ଭୁଏଙ୍କୁ ଭୀମସାରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବୁର୍ଲା ସହରରେ ମାଝୀ ପାଲିର ଅସ୍ଥାୟୀ ପଡ଼ାରେ ଶାଶୁ ଲୟ […]

Samaya Live Picture
Published On

ବୁର୍ଲା : ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ କେନାଲକୁ ଠେଲିଦେଲା ବୋହୂ I ସ୍ୱାମୀଙ୍କୁ କବାଟ କିଳି ଶାଶୁଙ୍କୁ ପାଣି ଭିତରକୁ ଫୋପାଡ଼ି ଦେଇଥିଲା I ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁରରେ I ବୁର୍ଲା ପୁଲିସ ବୋହୂ ସବିତା ଭୁଏଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଶାଶୁ ଲୟ ଭୁଏଙ୍କୁ ଭୀମସାରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ବୁର୍ଲା ସହରରେ ମାଝୀ ପାଲିର ଅସ୍ଥାୟୀ ପଡ଼ାରେ ଶାଶୁ ଲୟ ଭୁଏ(୬୮) ପୁଅ ବୋହୂ ରାଧେଶ୍ୟାମ ଓ ବୋହୂ ସବିତା ଭୁଏଙ୍କ ସହ ରହନ୍ତି । ତେବେ ସବିତା ଝଗଡାଳୁ ପ୍ରକୃତିର I ସାମାନ୍ୟ କଥାରେ ମା’ପୁଅଙ୍କ ସହିତ ଝଗଡା କରିଥାନ୍ତି I ସେହିପରି ଗତ ୪ ତାରିଖ ଦିନ ସବିତା ତାର ସ୍ୱାମୀ ରାଧେଶ୍ୟାମ ଭୁଏକୁ ଖାଇବା ପାଇଁ ବାଢି ଥିଲା। ଏହି ସମୟରେ ଶାଶୁ ଲୟ,ସବିତାକୁ ଖାଇବାକୁ ମାଗିଥିଲେ I ତେବେ ଖାଇବା ଦେବା ପାଇଁ ଉଭୟ ଶାଶୁ ବୋହୂଙ୍କ ମଧ୍ୟରେ କଜିଆ ହୋଇଥିଲା। ସେହି ସମୟରେ ରାଧେଶ୍ୟାମ ଝଗଡା ତୁଟେଇବାକୁ ଯାଇଥିବା ବେଳେ,ସବିତା ସ୍ୱାମୀଙ୍କୁ ଘର ଭିତରେ ଭର୍ତି କରି କବାଟ କୀଳିଦେଇଥିଲେ I ଏହାପରେ ଶାଶୁଙ୍କ ପାଟିକୁ ଜାବୁଡି ଧରି ଘୋଷାଡି ଘୋଷାଡି ନେଇ ଚି଼ପିଲିମା କେନାଲ ପାଣି ଭିତରକୁ ଫିଙ୍ଗି ଦେଇଥିଲେ ।
ଏହାପରେ ନିଜେ ବୁର୍ଲା ବୋର୍ଡ କଲୋନିରେ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲା। ମାତ୍ର ସୌଭାଗ୍ୟ ବଶତଃ ପାଣିରେ ଭାସି ଯାଉଥିବା ବୃଦ୍ଧା ଲୁହା ପୋଲର ଗୋଟିଏ ଖମ୍ବକୁ ଧରି ଅଟକି ରହି ଚିତ୍କାର କରିଥିଲେ। ସ୍ଥାନୀୟ ଲୋକ ଚିତ୍କାର ଶୁଣି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ବୁର୍ଲା ଥାନାଧିକାରୀ ଅନିଲ କୁମାର ପ୍ରଧାନ,ଏସଆଇ ଦେବାଶିଷ ଖିଲାର ଓ ଅନ୍ୟ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ବୁର୍ଲା ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ଲୟ ଭୁଏଙ୍କୁ ପାଣିରୁ ଉଦ୍ଧାର କରିଥିଲେ। କ୍ଷତାକ୍ତ ଅବସ୍ଥାରେ ତାଙ୍କୁ ତୁରନ୍ତ ଭିମସାର ହସପିଟାଲକୁ ଚିକତ୍ସା ପାଇଁ ପଠାଇ ଥିଲେ। ଲୟ ବୁର୍ଲା ଭିମ ସାରରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ପୁଅ ରାଧେଶ୍ୟାମ ସମସ୍ତ ଘଟଣା ବିଷୟରେ ଏତେଲା ଦେବା ପରେ ସମ୍ପର୍କୀୟଙ୍କ ଘରୁ ବୋହୂକୁ ଗିରଫ କରିଛି ପୋଲିସ I

Tags: