ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିବେଳେ ଭିଡ଼ ଅସମ୍ଭାଳ
ଭୁବନେଶ୍ୱର : ସୋମବାର ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ I ଭୁବନେଶ୍ୱର ୟୁନିଟ- ୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକମାନେ ଦୁଃଖ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏମିତିକି ନାହିଁ ନ ଥିବା ଭିଡ ସହ ଠେଲା ପେଲା ଦଳାଚକଟା ମଧ୍ୟ ହୋଇଛି। ପଞ୍ଜୀକରଣ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପଞ୍ଜୀକରଣ କରି ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ତଥା ଦୁଃଖ ଶୁଣାଇବା ପାଇଁ ଏକାଠି […]
ଭୁବନେଶ୍ୱର : ସୋମବାର ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ I ଭୁବନେଶ୍ୱର ୟୁନିଟ- ୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକମାନେ ଦୁଃଖ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏମିତିକି ନାହିଁ ନ ଥିବା ଭିଡ ସହ ଠେଲା ପେଲା ଦଳାଚକଟା ମଧ୍ୟ ହୋଇଛି। ପଞ୍ଜୀକରଣ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପଞ୍ଜୀକରଣ କରି ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ତଥା ଦୁଃଖ ଶୁଣାଇବା ପାଇଁ ଏକାଠି ହୋଇଛନ୍ତି ଶତାଧିକ ଲୋକ। ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ମଧ୍ୟ ଶୁଣୁଛନ୍ତି।
ସୂଚନା ଅନୁଯାୟୀ ଏହି ଶୁଣାଣି ଆରମ୍ଭ ହେବ ଦିନଠୁ ୧୭୪୦ ଅଭିଯୋଗ ପତ୍ର ରେଜିଷ୍ଟ୍ରେସନ ହୋଇସାରିଛି ଯାହା ସିଏମଓ ପକ୍ଷରୁ ଜଣାପଡିଛି । ଆଜି ମଧ୍ୟ ସେହିପରି ଭିଡ଼ ପରିଲକ୍ଷିତ ହୋଇଛି ।




