ପାଣି ଛାଡି ରାସ୍ତାରେ ବୁଲିଲାଣି କୁମ୍ଭୀର

ଭୁବନେଶ୍ୱର : ରାଜ୍ୟରେ ସଭିଙ୍କ ମନରେ ଏବେ କୁମ୍ଭୀର ଆତଙ୍କ ଭୟ I ତେବେ କାଲି ରାତିରେ ପୁଣି କୁମ୍ଭୀରକୁ ନେଇ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି I ପୂର୍ବରୁ ପାଣିରେ ଥାଇ କୁମ୍ଭୀର ମଣିଷଙ୍କୁ ଆକ୍ରମଣ କରୁଥିବା ଆଉ ଏବେ ପାଣିରୁ ଉପରକୁ ଆସି ମଣିଷ ରକ୍ତ ସନ୍ଧାନ କରୁଛି I ସୂଚନାନୁସାରେ, ରାଜନଗର ପେଣ୍ଠ ମୁଖ୍ୟ ରାସ୍ତାରେ ଗତରାତିରେ ଲୋକମାନେ ଏକ ବଉଳା କୁମ୍ଭୀର ବୁଲୁଥିବାର ଦେଖିଥିଲେ I କୁମ୍ଭୀରକୁ ଦେଖିବା ପରେ ସମଗ୍ର […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ସଭିଙ୍କ ମନରେ ଏବେ କୁମ୍ଭୀର ଆତଙ୍କ ଭୟ I ତେବେ କାଲି ରାତିରେ ପୁଣି କୁମ୍ଭୀରକୁ ନେଇ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି I ପୂର୍ବରୁ ପାଣିରେ ଥାଇ କୁମ୍ଭୀର ମଣିଷଙ୍କୁ ଆକ୍ରମଣ କରୁଥିବା ଆଉ ଏବେ ପାଣିରୁ ଉପରକୁ ଆସି ମଣିଷ ରକ୍ତ ସନ୍ଧାନ କରୁଛି I
ସୂଚନାନୁସାରେ, ରାଜନଗର ପେଣ୍ଠ ମୁଖ୍ୟ ରାସ୍ତାରେ ଗତରାତିରେ ଲୋକମାନେ ଏକ ବଉଳା କୁମ୍ଭୀର ବୁଲୁଥିବାର ଦେଖିଥିଲେ I କୁମ୍ଭୀରକୁ ଦେଖିବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି I ଖବର ମୁତାବକ ଗତ ୨ ମାସ ଭିତରେ ୪ ଜଣଙ୍କୁ ମାରିଲାଣି କୁମ୍ଭୀର I

Tags: