ମା’ଆଖି ସାମ୍ନାରୁ ପୁଅକୁ ଟାଣିନେଲା କୁମ୍ଭୀର
କେନ୍ଦ୍ରାପଡା : ପହିଲି ରଜରେ ଅଘଟଣ I ମା’ଆଖି ସାମ୍ନାରେ ବ୍ରାହ୍ମଣୀ ନଦୀ କୂଳରୁ ପୁଅକୁ କୁମ୍ଭୀର ଟାଣିନେଇଛି I ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁ ନିକଟରେ ଥିବା ବ୍ରାହ୍ମଣୀ ନଦୀ କୂଳରେ I ମୃତକ ଜଣକ ହେଉଛନ୍ତି ଆଶୁତୋଷ ଆଚାର୍ଯ୍ୟ,ବୟସ -୧୦ I ସେ ପଞ୍ଚମ ଶ୍ରେଣୀରେ ପଢୁଥିଲେ I ଘଟନାନୁସାରେ ,ଆଜି ସକାଳେ ଆଶୁତୋଷ ,ତାଙ୍କ ମା’ଙ୍କ ସହିତ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ […]
କେନ୍ଦ୍ରାପଡା : ପହିଲି ରଜରେ ଅଘଟଣ I ମା’ଆଖି ସାମ୍ନାରେ ବ୍ରାହ୍ମଣୀ ନଦୀ କୂଳରୁ ପୁଅକୁ କୁମ୍ଭୀର ଟାଣିନେଇଛି I ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁ ନିକଟରେ ଥିବା ବ୍ରାହ୍ମଣୀ ନଦୀ କୂଳରେ I ମୃତକ ଜଣକ ହେଉଛନ୍ତି ଆଶୁତୋଷ ଆଚାର୍ଯ୍ୟ,ବୟସ -୧୦ I ସେ ପଞ୍ଚମ ଶ୍ରେଣୀରେ ପଢୁଥିଲେ I
ଘଟନାନୁସାରେ ,ଆଜି ସକାଳେ ଆଶୁତୋଷ ,ତାଙ୍କ ମା’ଙ୍କ ସହିତ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ I ନଦୀ ଘାଟରେ ମା’ ଗାଧୋଉଥିବାବେଳେ ଆଶୁତୋଷ କିଛି ଦୁରକୁ ଶୌଚ ହେବାପାଇଁ ଯାଇଥିଲେ I ତେବେ ସେଠାରୁ ତାଙ୍କ ଚିତ୍କାର ଶୁଣି ମା’ଦୌଡ଼ି ଯାଇ ଦେଖିବାବେଳକୁ ପୁଅକୁ କୁମ୍ଭୀର ଝାମ୍ପି ନେଉଥିଲା I ଏହାପରେ ସେ ଚିତ୍କାର କରି ଗାଁ ଲୋକଙ୍କୁ ଡାକିଥିଲେ ହେଲେ ସେତେବେଳକୁ କୁମ୍ଭୀର ଆଶୁତୋଷଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା I ଗାଁ ଲୋକେ ଆସି ଖୋଜ ଖୋଜି ପରେ ଆଶୁତୋଷଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି I
ଆଜି ପହିଲି ରଜରେ ଏଭଳି ଅଘଟଣକୁ ନେଇ ସାରା ନିମପୁର ଗାଁରେ ଶୋକର ଛାୟା ଖେଳି ଯାଇଛି I




