ନିଆଁରେ ପୋଡ଼ି ହୋଇ ଦମ୍ପତି ଗୁରୁତର
ସୁନ୍ଦରଗଡ଼ : ଘରେ ରୋଷେଇ କରୁଥିବା ବେଳେ ପତ୍ନୀଙ୍କ ଦେହରେ ନିଆଁ ଲାଗିଯାଇଥିଲା I ଏହାଦେଖି ସ୍ୱାମୀ ପତ୍ନୀଙ୍କୁ ଉଦ୍ଧାର କରିବାକୁ ଯାଇ ନିଆଁରେ ପୋଡି ହୋଇ ଯାଇଥିଲେ I ପଡୋଶୀ ତଥା ସ୍ଥାନୀୟ ଲୋକେ ଗୁରୁତର ଆହତ ଅବସ୍ଥାରେ ଦମ୍ପତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛନ୍ତି I ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ପାତାଳ ଚେମ୍ବର ଅଞ୍ଚଳରେ। ଘଟନାନୁସାରେ,ବଣାଇ ଥାନା ଅନ୍ତର୍ଗତ ପାତାଳ ଚେମ୍ବର ଅଞ୍ଚଳରେ ଶିବାଜୀ ଲାକ୍ରା ତାଙ୍କ […]
ସୁନ୍ଦରଗଡ଼ : ଘରେ ରୋଷେଇ କରୁଥିବା ବେଳେ ପତ୍ନୀଙ୍କ ଦେହରେ ନିଆଁ ଲାଗିଯାଇଥିଲା I ଏହାଦେଖି ସ୍ୱାମୀ ପତ୍ନୀଙ୍କୁ ଉଦ୍ଧାର କରିବାକୁ ଯାଇ ନିଆଁରେ ପୋଡି ହୋଇ ଯାଇଥିଲେ I ପଡୋଶୀ ତଥା ସ୍ଥାନୀୟ ଲୋକେ ଗୁରୁତର ଆହତ ଅବସ୍ଥାରେ ଦମ୍ପତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛନ୍ତି I ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ପାତାଳ ଚେମ୍ବର ଅଞ୍ଚଳରେ।
ଘଟନାନୁସାରେ,ବଣାଇ ଥାନା ଅନ୍ତର୍ଗତ ପାତାଳ ଚେମ୍ବର ଅଞ୍ଚଳରେ ଶିବାଜୀ ଲାକ୍ରା ତାଙ୍କ ସ୍ତ୍ରୀ ଅନିତା ଲାକ୍ରା ଏକ ଘର ଭଡ଼ା ନେଇ ରହୁଥିଲେ। ଶିବାଜୀ OMC ଖଣ୍ଡାଧାରରେ କାମ କରନ୍ତି। ଆଜି ସକାଳେ ଅନିତା ରୋଷେଇ କରୁଥିବା ବେଳେ ହଠାତ ଦେହରେ ନିଆଁ ଲଗାଇ ଯାଇଥିବାରୁ ସେ ଚିତ୍କାର କରିଥିଲେ। ସ୍ବାମୀ ଶିବାଜୀ ଲାକ୍ରା ଶୋଇଥିବା ବେଳେ ସୁନିତାଙ୍କ ଚିତ୍କାର ଶୁଣି ଉଠି ଯାଇ ଦେଖିବା ବେଳକୁ ତାଙ୍କ ଶରୀରରେ ନିଆଁ ଲାଗିଯାଇଥିଲା I ସେତାଙ୍କୁ ଉଦ୍ଧାର ଉଦ୍ଧାର କରିବାକୁ ଯାଇ ନିଜେ ମଧ୍ୟ ପୋଡି ହୋଇ ଗୁରୁତର ହୋଇପଡିଥିଲେ। ତେବେ ପରିବାର ଲୋକେ ଏହା ଦେଖି ନିଆଁ ଲିଭାଇବା ପରେ ଉଭୟଙ୍କୁ ବଣାଇଁ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ I ସେତେବେଳକୁ ସୁନିତା ଲାକ୍ରାଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ ପୋଡି ହୋଇ ଯାଇଥିବାବେଳେ ଶିବାଜୀ ମଧ୍ୟ ୪୦ ପ୍ରତିଶତ ଜଳିଯାଇଥିଲେ I ଉଭୟଙ୍କୁ ସେଠାରେ ପ୍ରଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଂଚି ଘଟଣାର ଅନୁସନ୍ଧାନ ଚଳାଇଛି




