ବାରିପଦାରେ ହେବ ଦେଶର ପ୍ରଥମ କଳା ବାଘ ସଫାରୀ

ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲାରେ ହେବ ଦେଶର ପ୍ରଥମ କଳା ବାଘ (ମେଲାନିସ୍ଟିକ) ସଫାରୀ । ଏଥିପାଇଁ ସିଜେଡଏର ସବୁଜ ସଂକେତ। ସଫାରୀର ଡିଜାଇନକୁ ମିଳିଲା ଅନୁମୋଦନ।ସପ୍ତାହେ ମଧ୍ୟରେ ଏହାକୁ ଚୂଡାନ୍ତ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି। ୨୦୨୪ ଶେଷ ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ଏହି ସଫାରୀ ଖୋଲିବ। ୧୦୦ ହେକ୍ଟର ପରିବ୍ୟାପ୍ତ ଅଂଚଳରେ ହେବ ନୂଆ ସଫାରୀ। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ(ବନ୍ୟଜନ୍ତୁ) ସୁଶାନ୍ତ ନନ୍ଦ । ସେ କହିଛନ୍ତି ମୟୁରଭଞ୍ଜ ଜିଲ୍ଲା ବାରିପଦା […]

Samaya Live Picture
Published On

ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲାରେ ହେବ ଦେଶର ପ୍ରଥମ କଳା ବାଘ (ମେଲାନିସ୍ଟିକ) ସଫାରୀ । ଏଥିପାଇଁ ସିଜେଡଏର ସବୁଜ ସଂକେତ। ସଫାରୀର ଡିଜାଇନକୁ ମିଳିଲା ଅନୁମୋଦନ।ସପ୍ତାହେ ମଧ୍ୟରେ ଏହାକୁ ଚୂଡାନ୍ତ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି। ୨୦୨୪ ଶେଷ ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ଏହି ସଫାରୀ ଖୋଲିବ। ୧୦୦ ହେକ୍ଟର ପରିବ୍ୟାପ୍ତ ଅଂଚଳରେ ହେବ ନୂଆ ସଫାରୀ। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ(ବନ୍ୟଜନ୍ତୁ) ସୁଶାନ୍ତ ନନ୍ଦ । ସେ କହିଛନ୍ତି ମୟୁରଭଞ୍ଜ ଜିଲ୍ଲା ବାରିପଦା ନିକଟ ମଞ୍ଚାବନ୍ଧା ରେ ଏହି ସଫାରୀ ପ୍ରତିଷ୍ଠା ହେବ । ସଫାରୀରେ ଚିଡିଆଖାନା ସହ ରହିବ ବାଘଙ୍କ ପାଇଁ ସ୍ୱତନ୍ତ୍ର ହସ୍ପିଟାଲ। ନନ୍ଦନକାନନରୁ ସଫାରୀକୁ ନିଆଯିବ କଳା ବାଘ।

ଗତ ଜାନୁଆରୀ ମାସରେ ମିଳିଥିଲା ସଫାରୀ ପ୍ରତିଷ୍ଠା ନେଇ NTCAର ଅନୁମୋଦନ ମିଳିଥିଲା । କଳା ବାଘ ସଫାରୀ ପାଇଁ ଜାନୁଆରୀରେ ତତ୍କାଳୀନ ନବୀନ ସରକାର ଦେଇଥିଲେ ଅନୁମୋଦନ। ବାଘଙ୍କ ପାଇଁ ଓଡିଶା ଏବେ ପ୍ରକୃଷ୍ଟ ସ୍ଥାନ। ଘଞ୍ଚ ଜଙ୍ଗଲ ସାଙ୍ଗକୁ ପ୍ରଚୁର ମାତ୍ରାରେ ଖାଦ୍ୟ ମିଳୁଥିବାରୁ ଓଡିଶା ମୁହାଁ ହେଉଛନ୍ତି ଅନ୍ୟ ରାଜ୍ୟର ବାଘ। ଏନେଇ ସୂଚନା ଦେଇଛନ୍ତି ବନ୍ୟଜନ୍ତୁ ପିସିସିଏଫ ସୁଶାନ୍ତ ନନ୍ଦ।

Tags: