ଶବ ସଂସ୍କାର ପାଇଁ ଯାଇ ନଦୀରେ ବୁଡି ମୃତ୍ୟୁ
ଯାଜପୁର : ସତେ ଯେମିତି ଡକା ଡକି ହୋଇ ଚାଲିଗଲେ ୨ ଜଣ I ସମ୍ପର୍କୀୟଙ୍କ ଶବ ସଂସ୍କାରକୁ ଆସି ନିଜେ ପାଲଟି ଗଲେ ଶବ I ଏଭଳି ଦୁଃଖଦାୟକ ଘଟଣା ଘଟିଛି ଯାଜପୁର ଥାନା ବୈତରଣୀ ନଦୀ ଦଶାଶ୍ବମେଧ ଘାଟରେ। ସମ୍ପର୍କୀୟଙ୍କ ଶବ ଦାହ ପରେ ଗାଧୋଇବାକୁ ଯାଇ ବୈତରଣୀ ନଦୀରେ ବୁଡି ପ୍ରାଣ ହରାଇଛନ୍ତି ଯୁବକ I ମୃତକ ହେଲେ ଯାଜପୁର ଥାନା ରାମବାଗ ହୀରାପୁର ଗ୍ରାମର ନିଶିକାନ୍ତ ମଲିକ I ଆଜି ସକାଳୁ […]
ଯାଜପୁର : ସତେ ଯେମିତି ଡକା ଡକି ହୋଇ ଚାଲିଗଲେ ୨ ଜଣ I ସମ୍ପର୍କୀୟଙ୍କ ଶବ ସଂସ୍କାରକୁ ଆସି ନିଜେ ପାଲଟି ଗଲେ ଶବ I ଏଭଳି ଦୁଃଖଦାୟକ ଘଟଣା ଘଟିଛି ଯାଜପୁର ଥାନା ବୈତରଣୀ ନଦୀ ଦଶାଶ୍ବମେଧ ଘାଟରେ। ସମ୍ପର୍କୀୟଙ୍କ ଶବ ଦାହ ପରେ ଗାଧୋଇବାକୁ ଯାଇ ବୈତରଣୀ ନଦୀରେ ବୁଡି ପ୍ରାଣ ହରାଇଛନ୍ତି ଯୁବକ I ମୃତକ ହେଲେ ଯାଜପୁର ଥାନା ରାମବାଗ ହୀରାପୁର ଗ୍ରାମର ନିଶିକାନ୍ତ ମଲିକ I
ଆଜି ସକାଳୁ ନିଶିକାନ୍ତ ଜଣେ ପଡ଼ୋଶୀଙ୍କ ମୃତ୍ୟୁ ହେବାରୁ ସେ ଗାଁ ନିକଟ ବାରୁଣୀ ଶ୍ମଶାନ ଘାଟକୁ ଦାହ ସଂସ୍କାର କରିବାକୁ ଅନ୍ୟମାନଙ୍କ ସହ ଯାଇଥିଲେ। ସଂସ୍କାର ପରେ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇ ଗଣ୍ଡରେ ବୁଡ଼ି ଯାଇଥିଲେ। ସେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା। ଏହାପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା I ଅଗ୍ନିଶମ ବାହିନୀ ଖୋଜାଖୋଜି କରି ପାଣି ଭିତରରୁ ନିଶିକାନ୍ତଙ୍କୁ ଠାବ କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ,ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଗୋଟିଏ ଦିନରେ ଦୁଇ ଦୁଇଟି ଅଘଟଣକୁ ନେଇ ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି I




