ଦୁର୍ବୁତ୍ତଙ୍କ ଆକ୍ରମଣରେ କଟିଲା କନେଷ୍ଟବଳଙ୍କ ପାପୁଲି

ସମ୍ବଲପୁର : ବୁର୍ଲାରେ ପୋଲିସକୁ ମରଣାନ୍ତକ ଆକ୍ରମଣ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ କନଷ୍ଟେବଳଙ୍କ ହାତ ପାପୁଲି କଟିଯାଇଥିବା ସୂଚନା ମିଳିଛି । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଝରାପାଲି ଗାଁରେ ପୋଲିସ ଉପରେ ଏଭଳି ଅତର୍କିତ ଆକ୍ରମଣ ହୋଇଛି । ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ପୋଲିସ ଯାଇଥିବା ବେଳେ ଆକ୍ରମଣ କରିଥିଲା ଅଭିଯୁକ୍ତ। ଆହତ କନଷ୍ଟେବଲଙ୍କ ନାଁ ସରୋଜ ଭୋଇ। ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ୩ଟି […]

Samaya Live Picture
Published On

ସମ୍ବଲପୁର : ବୁର୍ଲାରେ ପୋଲିସକୁ ମରଣାନ୍ତକ ଆକ୍ରମଣ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ କନଷ୍ଟେବଳଙ୍କ ହାତ ପାପୁଲି କଟିଯାଇଥିବା ସୂଚନା ମିଳିଛି । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଝରାପାଲି ଗାଁରେ ପୋଲିସ ଉପରେ ଏଭଳି ଅତର୍କିତ ଆକ୍ରମଣ ହୋଇଛି । ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ପୋଲିସ ଯାଇଥିବା ବେଳେ ଆକ୍ରମଣ କରିଥିଲା ଅଭିଯୁକ୍ତ। ଆହତ କନଷ୍ଟେବଲଙ୍କ ନାଁ ସରୋଜ ଭୋଇ। ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ୩ଟି ଆଙ୍ଗୁଳି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି ।

ସୂଚନାନୁସାରେ,ଝରାପାଲି ଗାଁରେ ପାରିବାରିକ କଳହ ଅଭିଯୋଗ ପାଇବା ପରେ ତଦନ୍ତ ପାଇଁ ଘଟଣାସ୍ଥଳକୁ ଯାଇଥିଲା ପୁଲିସ । ତେବେ ପହଞ୍ଚିବା ପରେ ଉତ୍ୟକ୍ତ ବ୍ୟକ୍ତି ଜଣକ ଉତକ୍ଷିପ୍ତ ହୋଇ କନେଷ୍ଟବଳ ସରୋଜକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ସରୋଜଙ୍କ ହାତରେ ଗଭୀର ଆଘାତ ଲାଗି ଥିଲା । ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲ ଆଶୁଚିକିତ୍ସା ବିଭାଗକୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଆକ୍ରମଣ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି ।

Tags: