ତୁଟୁନାହିଁ ସେବାୟତଙ୍କ ବିବାଦ,୨ ଦିନ ଧରି ଓପାସରେ ପ୍ରଭୁ ଲିଙ୍ଗରାଜ
ଭୁବନେଶ୍ୱର : ଚରମସୀମାରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ମଧ୍ୟରେ ଜମି ବିବାଦ ଇ ଗତ ୨ ଦିନ ଧରି ଖାଡା ଓପାସରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଇ ମଙ୍ଗଳବାର ଦିନ ପୂଜା ପଣ୍ଡା ନ ଆସିବାରୁ ମଙ୍ଗଳ ଆଳତୀ ବନ୍ଦ ରହିଥିଲା । କେବଳ ଦ୍ୱାର ଖୋଲାଯାଇ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା Iବୁଧବାର ସକାଳୁ କେବଳ ସାହାଣମେଲା ଦର୍ଶନ ବିନା ଅନ୍ୟ କୌଣସି ନୀତିକାନ୍ତି ହୋଇନି। ଅବଢ଼ା ମଧ୍ୟ ବାହାରିନି। ସୂଚନାନୁସାରେ,ଭୁବନେଶ୍ୱର ନୂଆଗାଁ ମୌଜା ଗଙ୍ଗୁଆ […]
ଭୁବନେଶ୍ୱର : ଚରମସୀମାରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ମଧ୍ୟରେ ଜମି ବିବାଦ ଇ ଗତ ୨ ଦିନ ଧରି ଖାଡା ଓପାସରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଇ ମଙ୍ଗଳବାର ଦିନ ପୂଜା ପଣ୍ଡା ନ ଆସିବାରୁ ମଙ୍ଗଳ ଆଳତୀ ବନ୍ଦ ରହିଥିଲା । କେବଳ ଦ୍ୱାର ଖୋଲାଯାଇ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା Iବୁଧବାର ସକାଳୁ କେବଳ ସାହାଣମେଲା ଦର୍ଶନ ବିନା ଅନ୍ୟ କୌଣସି ନୀତିକାନ୍ତି ହୋଇନି। ଅବଢ଼ା ମଧ୍ୟ ବାହାରିନି।
ସୂଚନାନୁସାରେ,ଭୁବନେଶ୍ୱର ନୂଆଗାଁ ମୌଜା ଗଙ୍ଗୁଆ ନାଳ ନିକଟରେ ଥିବା ଲିଙ୍ଗରାଜଙ୍କ ୨ ଏକର ୬୩ ଡିସିମିଲ ବେବନ୍ଦୋବସ୍ତ ଜମିରେ ଦୋକାନ ଘର ନିର୍ମାଣ କରୁଛି ବଡୁ ନିଯୋଗ। ହେଲେ ବେବନ୍ଦୋବସ୍ତ ଜମିକୁ ବଡୁ ନିଯୋଗ ଏମିତି ବେଆଇନ ଭାବେ ଅକ୍ତିୟାର କରି ନିର୍ମାଣ କରିପାରିବନି ବୋଲି କହି ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯିବାକୁ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଦାବି କରି ଆସୁଛନ୍ତି।
ଅନ୍ୟପକ୍ଷେ ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି କାର୍ତିକ ବ୍ରତ I ଶ୍ରୀ ଲିଙ୍ଗରାଜଙ୍କର ନୀତିକାନ୍ତି ନିୟମିତ କରିବା ପାଇଁ ଦେବୋତ୍ତର କମିସନର କହିଛନ୍ତି I ଯେଉଁ ପାଳିଆ ସେବକ ନିଜ ପାଳିରେ ନୀତିକାନ୍ତି କରୁ ନାହାନ୍ତି,ସେହି ମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି ଦେବୋତ୍ତର I ଆସନ୍ତା କାଲି ଗ୍ରହଣ ପଡୁଥିବାରୁ ସନ୍ଧ୍ୟା ୪ ଟା ସୁଦ୍ଧା ନୀତିକାନ୍ତି ନହେଲେ ନୀତିରେ ବିଭ୍ରାଟ କରୁଥିବା ସେବକ ମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦେବୋତ୍ତର କମିଶନର କରିଛନ୍ତି I




