ଲିଙ୍ଗରାଜଙ୍କ ସେବାୟତଙ୍କ ମଧ୍ୟରେ ବିବାଦ ,କାଲି ଠାରୁ ହୋଇ ନାହିଁ ନୀତିକାନ୍ତି

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ଜମି ବିବାଦ I କାଲିଠାରୁ ଉପବାସରେ ମହାପ୍ରଭୁ ଲିଙ୍ଗରାଜ। ଗତକାଲି ମଙ୍ଗଳ ଆଳତି ପରଠାରୁ ମହାପ୍ରଭୁଙ୍କ କୌଣସି ନୀତିକାନ୍ତି ହୋଇନାହିଁ। ଗତକାଲି ସକାଳୁ ସିଂହଦ୍ୱାର ଖୋଲା ନୀତି ପରଠାରୁ ଠାକୁରଙ୍କ ନୀତି ହୋଇ ପାରିନାହିଁ। ଯାହାକୁ ନେଇ ଶ୍ରଦ୍ଧାଳୁ ବ୍ୟଥିତ ହୋଇଛନ୍ତି । ସୂଚନାନୁସାରେ,ଲିଙ୍ଗରାଜଙ୍କ ଜମି ଉପରେ ‘ବଡ଼ୁ ନିଯୋଗ’ ବେଆଇନ ଦୋକାନଘର ନିର୍ମାଣ କରୁଥିବା ଅଭିଯୋଗ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ […]

Samaya Live Picture
Published On

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ଜମି ବିବାଦ I କାଲିଠାରୁ ଉପବାସରେ ମହାପ୍ରଭୁ ଲିଙ୍ଗରାଜ। ଗତକାଲି ମଙ୍ଗଳ ଆଳତି ପରଠାରୁ ମହାପ୍ରଭୁଙ୍କ କୌଣସି ନୀତିକାନ୍ତି ହୋଇନାହିଁ। ଗତକାଲି ସକାଳୁ ସିଂହଦ୍ୱାର ଖୋଲା ନୀତି ପରଠାରୁ ଠାକୁରଙ୍କ ନୀତି ହୋଇ ପାରିନାହିଁ। ଯାହାକୁ ନେଇ ଶ୍ରଦ୍ଧାଳୁ ବ୍ୟଥିତ ହୋଇଛନ୍ତି ।

ସୂଚନାନୁସାରେ,ଲିଙ୍ଗରାଜଙ୍କ ଜମି ଉପରେ ‘ବଡ଼ୁ ନିଯୋଗ’ ବେଆଇନ ଦୋକାନଘର ନିର୍ମାଣ କରୁଥିବା ଅଭିଯୋଗ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଠାକୁରଙ୍କ ନୀତିରୁ ଦୂରେଇ ରହିଛନ୍ତି। ଅନ୍ୟପଟେ ବଡ଼ୁ ନିଯୋଗ କରିଆସୁଥିବା ନୀତି ଚାଲୁ ରଖିଥିବା ବେଳେ ସାହାଣମେଲା ଦର୍ଶନ ଜାରି ରହିଛି। ତେବେ ୧୨ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ସମସ୍ୟାର ସମାଧାନ ପାଇଁ ମନ୍ଦିର ପ୍ରଶାସନ, ଦେବୋତ୍ତର କମିସନର କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ। ଯାହା ଫଳରେ ଆଜିବି ମହାପ୍ରଭୁଙ୍କ ନୀତିକାନ୍ତି ହୋଇନାହିଁ। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Tags: