ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ବାଲେଶ୍ୱର ସହର
ବାଲେଶ୍ବର: ବାଲେଶ୍ୱର ସହର ସମେତ ଆଖପାଖ ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ I ଭୟଭୀତ ହୋଇ ଘରୁ ବାହାରି ଆସିଲେ ଲୋକେ । ହେଲେ କେଉଁଠୁ ଆସୁଛି କିଛି ଜଣାପଡୁନି । ଶବ୍ଦର କାରଣ ସ୍ପଷ୍ଟ ହୋଇନଥିଲେ ବି କାନ୍ଥ ସହ କବାଟ ଝରକା ଥରାଇ ଦେଇଥିବା ଯୋଗୁଁ ଲୋକେ ଭୁମିକମ୍ପ ଡ଼ରରେ ଘରବାହାରକୁ ପଳାଇ ଆସିଥିବା ଦେଖିବାକୁ ମିଳିଥିଲା।କିଛି ଏଭଳି ଘଟଣା ଆଜି ପୁଣି ଶୁଣିବାକୁ ମିଳିଛି ବାଲେଶ୍ବର ନୀଳଗିରି ଅଞ୍ଚଳ ଓ ଭଦ୍ରକ ବାସୁଦେବପୁରରେ […]
ବାଲେଶ୍ବର: ବାଲେଶ୍ୱର ସହର ସମେତ ଆଖପାଖ ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ I ଭୟଭୀତ ହୋଇ ଘରୁ ବାହାରି ଆସିଲେ ଲୋକେ । ହେଲେ କେଉଁଠୁ ଆସୁଛି କିଛି ଜଣାପଡୁନି । ଶବ୍ଦର କାରଣ ସ୍ପଷ୍ଟ ହୋଇନଥିଲେ ବି କାନ୍ଥ ସହ କବାଟ ଝରକା ଥରାଇ ଦେଇଥିବା ଯୋଗୁଁ ଲୋକେ ଭୁମିକମ୍ପ ଡ଼ରରେ ଘରବାହାରକୁ ପଳାଇ ଆସିଥିବା ଦେଖିବାକୁ ମିଳିଥିଲା।କିଛି ଏଭଳି ଘଟଣା ଆଜି ପୁଣି ଶୁଣିବାକୁ ମିଳିଛି ବାଲେଶ୍ବର ନୀଳଗିରି ଅଞ୍ଚଳ ଓ ଭଦ୍ରକ ବାସୁଦେବପୁରରେ । ଏହି ସମୟରେ ଘରର କବାଟ ଝରକା ଗୁଡିକ ମଧ୍ୟ ଥରି ଉଠିଥିବାର ଦେଖାଯାଇଥିଲା I ଏଭଳି ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ହୋଇଛନ୍ତି ଲୋକେ।
ତେବେ ଗତକାଲି ମଧ୍ୟ ଏଭଳି ସମାନ ଶବ୍ଦ ଶୁଭିଥିଲା । ପ୍ରାୟ ୧ ମିନିଟରେ ୨ରୁ ୩ ଥର ଶୁଭିଥିଲା ପ୍ରଚଣ୍ଡ ଶବ୍ଦ। ତେବେ ପାଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଥିବାରୁ, ଗୋଳାବାରୁଦ ପରୀକ୍ଷଣ ହେଉଥିବା ଲୋକମାନେ ଅନୁମାନ କରୁଥିବା ବେଳେ ଏହା କେଉଁଠୁ ଆସୁଛି ତାହାର ସ୍ପଷ୍ଟ କିଛି ଜଣାପଡିନାହିଁ ।




