ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ସ୍ଥଗିତ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଆଜି ହେଲିକେପ୍ଟର ଯୋଗେ ଆକାଶ ମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ କରିଥାନ୍ତେ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଯାଇଥାନ୍ତେ । ତେବେ ପାଗ ଅନୁକୂଳ ନଥିବାରୁ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ବାତ୍ୟା ଅବପାତରେ ପରିଣତ ହେବା ପରେ ଗତ ୨ ଦିନ ଧରି ଲାଗିରହିଛି ଲଗାଣ ବର୍ଷା […]
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଆଜି ହେଲିକେପ୍ଟର ଯୋଗେ ଆକାଶ ମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ କରିଥାନ୍ତେ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଯାଇଥାନ୍ତେ । ତେବେ ପାଗ ଅନୁକୂଳ ନଥିବାରୁ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ବାତ୍ୟା ଅବପାତରେ ପରିଣତ ହେବା ପରେ ଗତ ୨ ଦିନ ଧରି ଲାଗିରହିଛି ଲଗାଣ ବର୍ଷା । ଯଦି ଆସନ୍ତାକାଲି ପାଗ ଅନୁକୂଳ ରହେ, ତେବେ ବାତ୍ୟାଞ୍ଚଳ ଗସ୍ତ କରିବେ ବୋଲି ଜଣାଯାଇଛି ।
ସେପଟେ ଏସଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ କେଭି.ସିଂଦେଓ, ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ , ମୁଖ୍ୟ ସଚିବ, ଡିସି, ଏସଆରସି, କୃଷି ସଚିବ ପ୍ରମୁଖ ଉପସ୍ଥିତ ରହିଛନ୍ତି।




