ଆଜି ଦକ୍ଷିଣ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଦକ୍ଷିଣ ଓଡିଶାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର I ମାରାଥନ ପ୍ରଚାରରେ ଯାଇ ଦକ୍ଷିଣ ଓଡ଼ିଶାରେ ୪ ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ I ସକାଳ ୧୦ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୪ ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡା ଗଜପତିରେ ଆୟୋଜିତ ବିଶାଳ ଜନସଭାକୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । କୋରାପୁଟରେ ଜନସଭାକୁ ସମ୍ବୋଧିତ କରିବା ପରେ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଦକ୍ଷିଣ ଓଡିଶାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର I ମାରାଥନ ପ୍ରଚାରରେ ଯାଇ ଦକ୍ଷିଣ ଓଡ଼ିଶାରେ ୪ ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ I ସକାଳ ୧୦ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୪ ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡା ଗଜପତିରେ ଆୟୋଜିତ ବିଶାଳ ଜନସଭାକୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । କୋରାପୁଟରେ ଜନସଭାକୁ ସମ୍ବୋଧିତ କରିବା ପରେ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରିବେ ।

କୋରାପୁଟ ଗସ୍ତକୁ ଦୃଷ୍ଟରେ ରଖି ଜୋରଦାର ପ୍ରସ୍ତୁତି ହୋଇଛି । ମୁଖ୍ୟମନ୍ତ୍ରୀ ସକାଳ ୧୦ ଟା ୧୦ରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିବେ । ୧୦ଟା ୩୦ରେ ଜୟପୁର ଯାଇ ଏକ ସାଧାରଣ ସଭା କରିବେ । ପରେ ୧୧.୪୦ରେ ନବରଙ୍ଗପୁରରେ ପହଞ୍ଚିି ନିର୍ବାଚନୀ ପ୍ରଚାର କରିବେ ନବୀନ । ଏହାପରେ ମିଟିଂ ସାରି ୧୨.୫୦ରୁ ୩ଟା ଯାଏଁ ପିଡବ୍ଲ୍ୟଡି ଗେଷ୍ଟ ହାଉସରେ ବିଶ୍ରାମ ନେବେ । ଏହାପରେ ୩.୪୦ରେ ରାୟଗଡା ବିଧାନସଭା କ୍ଷେତ୍ରରେ ମଧ୍ୟ ଏକ ସାଧାରଣ ସଭାରେ ଯୋଗ ଦେବେ । ଶେଷରେ ଅପରାହ୍ନ ୫ଟାରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଅପରାହ୍ଣରେ ରାୟଗଡ଼ା ଟିକିରି ମୁସୁରିପଲ୍ଲାର ଛକ ଠାରେ ସାଧାରଣ ସଭାରେ ଯୋଗ ଦେବେ । ଏହାପରେ ଗଜପତିର ପାରଳାଖେମୁଣ୍ଡି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧନ କରିବେ। ପ୍ରଥମ ପର୍ଯ୍ୟାୟରେ ଏହି ୪ଟି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ ।

ସୂଚନାନୁସାରେ ୨୦୨୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିରୁ ବିଧାନସଭା ଆସନ ସହିତ କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢ଼ୁଛନ୍ତି I ଉଭୟ ଆସନରେ ମେ ୨୦ ତାରିଖରେ ହେବ ମତଦାନ। ତେବେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନରୁ ଲଗାତାର ପାଞ୍ଚ ଥର ନିର୍ବାଚିତ ହୋଇ ଆସିଛନ୍ତି I

ଚଳିତ ଥର ରାଜ୍ୟରେ ୪ ଟି ପର୍ଯ୍ୟାୟରେ ମତଦାନ ହେଉଛି I ପ୍ରଥମ ପର୍ଯ୍ୟାୟ ମତଦାନ ୧୩ ତାରିଖରେ ହେବାକୁ ଥିବାବେଳେ ୧୧ରେ ଶେଷ ହେଉଛି ପ୍ରଚାର । ୪ ଲୋକସଭା ଏବଂ ୨୮ ବିଧାନସଭାରେ ମତଦାନ ପୂର୍ବରୁ ତିନି ଦଳ ଜୋରଦାର ପ୍ରଚାର କରୁଛନ୍ତି ।

Tags: